ଜୁଆ ଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ

ଖଲିକୋଟ,୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲିକୋଟ ଥାନା ଅନ୍ତର୍ଗତ ଘୋଡ଼ାପଡ଼ା ଦେବୀଝର ଡ୍ୟାମ୍‌ ନିକଟରେ ଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୋଲିସ ଗୁରୁବାର ରାତିରେ ୫ ଜୁଆଡ଼ିଙ୍କୁ ଗିରଫ କରିଛିି। ସେମାନଙ୍କ ନିକଟରୁ ନଗଦ ୪୨ ଶହ ଟଙ୍କା, ୫ ବାଇକ୍‌ ଓ ୬ ମୋବାଇଲ ଜବତ ହୋଇଛି। ଖବରପାଇ ଖଲିକୋଟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ଓ ଭେଜିପୁଟ ଓଆଇସି ସୁଶାନ୍ତ କୁମାର ପ୍ରଧାନ ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ। ଏ ନେଇ ଥାନାରେ କେସ୍‌ ନଂ. ୨୭୪/୧୯ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।