ଜୁଆ ନିଶାରେ ମସ୍‌ଗୁଲ ଧରାକୋଟ ଥାନା ପୋଲିସ: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ଧରାକୋଟ, ୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ବାରାକ୍‌ ମଧ୍ୟରେ ଥାନାର ପୋଲିସ କର୍ମଚାରୀମାନେ ତାସ୍‌ ଖେଳିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୪ରୁ ୫ଜଣ କର୍ମଚାରୀ ଖାକି ଓ ସାଦା ପୋଷାକରେ ନଗଦ ଟଙ୍କା ଏବଂ ମୋବାଇଲ ରଖି ଜୁଆ ଖେଳିବା ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଓଡ଼ିଶା ପୋଲିସର ଏଭଳି କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଗୋଟିଏପଟେ ପୋଲିସ ଅପରାଧ ନିୟନ୍ତ୍ରଣ କରିବାକୁ ଯାଇ ଜୁଆଅଡ୍ଡା ଉପରେ ଚଢ଼ାଉ କରୁଥିବା ବେଳେ ନିଜେ ଉକ୍ତ କାର୍ଯ୍ୟରେ ଲିପ୍ତ ରହିବା ବାଡ଼ ଫସଲ ଖାଇବା ଭଳି ଲୋକେ ପ୍ରକାଶ କରୁଛନ୍ତି। ଏ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଜାଣିବା ପରେ ସେ ଅତିରିକ୍ତ ଏସ୍‌ପିଙ୍କୁ ଘଟଣାର ତନଦନ୍ତ କରି ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ବାରାକ୍‌ ମଧ୍ୟରେ କର୍ମଚାରୀମାନେ ଜୁଆନିଶାରେ ମସ୍‌ଗୁଲ ହୋଇ ତାସ୍‌ ଖେଳୁଥିବା ଘଟଣାର ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Share