ଜୁଏଲେରିରେ ମା’ ଦୁର୍ଗା: ଟ୍ରାଏ କରି ପାଇହେବ ଆକର୍ଷଣୀୟ ପୂଜା ଲୁକ୍‌…

ଆଭୂଷଣ ବା ଜୁଏଲେରି ନାରୀ ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିଥାଏ। ବିଶେଷକରି ପୂଜାପାର୍ବଣ ଅବସରରେ ପାରମ୍ପରିକ ପୋଷାକ ସହିତ ଶରୀରରେ ନାନାଦି ଆଭୂଷଣ ପିନ୍ଧିଲେ ଲୁକ୍‌ ବେଶ୍‌ ଗର୍ଜିୟସ୍‌ ଲାଗେ। ଏବେ ତ ମା’ଦୁର୍ଗାଙ୍କ ମୁଖ ଥିବା ବିଭିନ୍ନ ଜୁଏଲେରି ବି ମିଳିଲାଣି; ଯାହାକୁ ଟ୍ରାଏ କରି ଆକର୍ଷଣୀୟ ପୂଜା ଲୁକ୍‌ ପାଇହେବ…

* ଟେରାକୋଟା ମା’ ଦୁର୍ଗା ଜୁଏଲେରି: ଟେରାକୋଟାରେ ତିଆରି ଏହା ଏକ ସୁନ୍ଦର ହାଣ୍ଡକ୍ରାଫ୍ଟ ଜୁଏଲେରି। ଏହା ନେକ୍‌ଲେସ୍‌ ଓ ଇୟର୍‌ ରିଂ ସେଟ୍‌ରେ ଆସିଥାଏ; ଯେଉଁଥିରେ ମା’ ଦୁର୍ଗାଙ୍କର ଆକର୍ଷଣୀୟ ମୁଁହର ଡିଜାଇନ ହୋଇଥିବା ଦେଖିବାକୁ ମିଳେ। ଏହି ଟାଇପ୍‌ର ଜୁଏଲେରି ପର୍ବପର୍ବାଣି ସମୟରେ ଶାଢ଼ି କିମ୍ବା ବୋଟ ନେକ୍‌ ଅଥବା ଅଫ୍‌ ସୋଲ୍ଡର୍‌ ଡ୍ରେସ୍‌ ସହିତ ବେଶ୍‌ ଭଲ ମାନିଥାଏ। ତେବେ ଏହି ଜୁଏଲେରି ବ୍ୟବହାର କରିବାବେଳେ ଧ୍ୟାନଦେବେ ଏହା ଯେମିତି କୌଣସି ପ୍ରକାରର କେମିକାଲ୍‌ ତଥା ପାଣି ସଂସ୍ପର୍ଶରେ ନ ଆସେ, ଖାସ୍‌ କରି ପରଫ୍ୟୁମ୍‌ କିମ୍ବା ବଡି ସ୍ପ୍ରେ ସଂସ୍ପର୍ଶରେ ନଆସିବା ଭଲ। ସେହିପରି ଏହି ଜୁଏଲେରିକୁ ବଟର୍‌ ପେପର୍‌ କିମ୍ବା କଟନ୍‌ କପଡାରେ ଠିକ୍‌ ଭାବେ ର଼୍ୟାପ୍‌ କରି ରଖିଲେ ଏହା ଅନେକ ଦିନ ପର୍ଯ୍ୟନ୍ତ ଅକ୍ଷତ ଅବସ୍ଥାରେ ରହିଥାଏ।

* ଜୁଟ୍‌ ଦୁର୍ଗା ମା’ ଜୁଏଲେରି: ଜୁଟ୍‌ ଓ କ୍ଲେ ର ମିଳିତ ଡିଜାଇନ୍‌ରେ ତିଆରି ହୋଇଥାଏ ମା’ ଦୁର୍ଗାଙ୍କର ମୁହଁ ଥିବା ଏହି ଟ୍ରାଡିଶନାଲ୍‌ ଜୁଏଲେରି। ଏହାର ନେକ୍‌ଲେସ୍‌ ଓ ଇୟର୍‌ ରିଂ ସେଟ୍‌ ମଧ୍ୟ ଆସିଥାଏ। ଏହି ଟାଇପ୍‌ର ଜୁଏଲେରିକୁ ନବରାତ୍ରି ଓ ଦଶହରା ସମୟରେ ବେଙ୍ଗଲି କଟନ୍‌ ଶାଢ଼ି ହେଉ ବା ଜୁଟ୍‌ ଶାଢ଼ି ସହିତ ମ୍ୟାଚିଂ କରି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏହି ଜୁଏଲେରିକୁ ମଧ୍ୟ ପାଣି ସଂସ୍ପର୍ଶରେ ଆଣିବା ଠିକ୍‌ ନୁହେଁ। ଯଦି ପିନ୍ଧିବା ସମୟରେ ଝାଳ ବାହାରୁଥାଏ, ତା’ହେଲେ ତୁରନ୍ତ ଝାଳକୁ ପୋଛିଦେବେ।

* କଉଡ଼ି ଜୁଏଲେରିରେ ବି ମା’ ଦୁର୍ଗା: ଏମିତି ବି କିଛି ନେକ୍‌ଲେସ୍‌ ଅଛି, ଯାହାକୁ ଜୁଟ୍‌ ଆଉ କ୍ଲେ ମିଶାଇ ତିଆରି କରାଯାଇଥାଏ। ସେଥିରେ କିଛି କଉଡ଼ିକୁ ଲଗାଇ ତାହାର ଲୁକ୍‌କୁ ଆଉ ଟିକେ ଆକର୍ଷଣୀୟ କରି ଦିଆଯାଏ। ଏହାବାଦ କ୍ଲେରେ ତିଆରି ମା’ ଦୁର୍ଗାଙ୍କର ମୁହଁଙ୍କୁ ପେଣ୍ଡେଣ୍ଟ ହିସାବରେ ମଧ୍ୟ ଲଗାଯାଇଥାଏ; ଯାହା ଦେଖିବାକୁ ବେଶ୍‌ ସୁନ୍ଦର ଲାଗେ। ଏହି ଟାଇପ୍‌ର ଜୁଏଲେରିକୁ ଶାଢ଼ି ହେଉ କିମ୍ବା ଯେ କୌଣସି ଟ୍ରାଡିଶନାଲ୍‌ ଆଉଟ୍‌ଫିଟ୍‌ ସହ ଟ୍ରାଏ କଲେ ଟ୍ରେଣ୍ଡି ପୂଜା ଲୁକ୍‌ ମିଳେ।

* କଟନ୍‌ କପଡ଼ାରେ ମା’ ଦୁର୍ଗା: ସାଧାରଣ କଟନ୍‌ କପଡ଼ାକୁ କାଟିକୁଟି ତାକୁ ନେକ୍‌ଲେସ୍‌ ଡିଜାଇନ୍‌ ଦେଇ ତା’ ଉପରେ କ୍ଲେରେ ତିଆରି ମା’ ଦୁର୍ଗାଙ୍କର ଏକ ଛୋଟ ମୁହଁକୁ ଅଠା ଦେଇ ଲଗାଇଦେଲେ ତାହା ଟିକେ ଭିନ୍ନ ଦେଖାଯାଇଥାଏ। ଖୁବ୍‌ କର୍ମ ଖର୍ଚ୍ଚରେ ଏହାକୁ ଘରେ ତିଆରି କରିହୁଏ। କଟନ୍‌ ଶାଢ଼ି ସାଙ୍ଗକୁ ଏହି ଟାଇପ୍‌ର ଜୁଏଲେରି ବେଶ୍‌ ସୁନ୍ଦର ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ

କର୍କଟ – ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କର୍କଟ ରାଶିର ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବ। ଆପଣଙ୍କ କ୍ୟାରିୟରରେ ଉନ୍ନତି ହେବ, ଏବଂ ଆପଣଙ୍କ ଆର୍ଥିକ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri