Categories: ଫୁରସତ

ଜୁଏଲେରି ଡିଜାଇନରଙ୍କ ସୁନାର ଆଉଟ୍‌ଫିଟ୍‌

ମୁମ୍ବାଇ: ନୀତା ମୁକେଶ ଅମ୍ବାନୀ କଲ୍ଚର ସେଣ୍ଟରର ଗାଲା ଇଭେଣ୍ଟ ୩ ଦିନ ଧରି ଚାଲୁଥିବାବେଳେ ତାହା ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି। ଇଭେଣ୍ଟରେ ଅନେକ ବଲିଉଡ୍‌, ହଲିଉଡ୍‌ ଓ କଲ୍ଚରାଲ ଆର୍ଟିଷ୍ଟ ସାମିଲ ହୋଇଥିଲେ। ସମସ୍ତେ ସମସ୍ତଙ୍କଠାରୁ ଭଳିକି ଭଳି ସୁନ୍ଦର ଡିଜାଇନ୍‌ର ଆଉଟଫିଟ୍‌ ପିନ୍ଧିଥିଲେ। ସେହି ଇଭେଣ୍ଟରେ ଫେମସ ଜୁଏଲେରି ଡିଜାଇନର ସୁହାନୀ ପାରେଖ ମଧ୍ୟ ପହଞ୍ଚିଥିଲେ। ତାଙ୍କର ଲୁକ୍‌ ସମସ୍ତଙ୍କଠାରୁ ଟିକେ ଭିନ୍ନ ଥିଲା। ସେ ତାଙ୍କ ଆଉଟ୍‌ଫିଟ୍‌କୁ ନିଜେ ଡିଜାଇନ କରିଥିଲେ। ଯାହା ତାଙ୍କୁ ସବୁଠୁ ନିଆରା ଲୁକ୍‌ ଦେଉଥିଲା। ସେ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ସେଥିପାଇଁ ସେ ତାଙ୍କ ଆଉଟ୍‌ଫିଟ୍‌କୁ ନୂଆ ରୂପ ଦେଇଥିଲେ। ସେ ଜଣେ ଡୁଏଲେରି ଡିଜାଇନର ହୋଇଥିବାରୁ ସବୁବେଳେ ଅଳଙ୍କାର ଦ୍ୱାରା ନିଜକୁ ସଜେଇଥାନ୍ତି। ସେ ଇଭେଣ୍ଟରେ ୨୪ କ୍ୟାରେଟ ସୁନାରେ ନିର୍ମିତ ଏକ ବ୍ରାଉଜ୍‌ ତାଙ୍କ ବେବିବମ୍ପକୁ ଆଚ୍ଛାଦିତ କରିଥିଲେ। ଏହା ତାଙ୍କୁ ଷ୍ଟାଇଲିସ୍‌ ଲୁକ୍‌ ଦେଉଥିଲା। ତେବେ ବେଲି ଆର୍ମର ଏବଂ ବ୍ରା ଷ୍ଟାଇଲ ଟ୍ୟୁବ୍‌ ବ୍ଲାଉଜକୁ ସେ ବକଳା ରଙ୍ଗର ଶାଢ଼ି ସହ ପିନ୍ଧିଥିଲେ। ଏହା ବ୍ୟତୀତ ସେ ସୁନାର କାନ, ନେକପିସ୍‌ ଏବଂ ରିଂ ପିନ୍ଧିଥିଲେ।

Share