Categories: ଖେଳ

ଜୁନରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି ଡିଭିଲିୟର୍ସ

ଜୋହାନ୍ସବର୍ଗ,୪ା୩- ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି। ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର ଜୁନ ୧ ତାରିଖ ସୁଦ୍ଧା ଭେଟେରାନ ବ୍ୟାଟ୍ସମ୍ୟାନଙ୍କୁ ଉପଲବ୍ଧ ହେବା ପାଇଁ କହିଛନ୍ତି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ ପାଇଁ ୩୬ ବର୍ଷୀୟ ବ୍ୟାଟ୍ସମ୍ୟାନ ଦଳରେ ସ୍ଥାନ ପାଇ ନ ଥିଲେ। କିନ୍ତୁ ଡିଭିଲିୟର୍ସଙ୍କ ସମେତ ସମେତ ଇମ୍ରାନ ତାହିର ଓ କ୍ରିସ ମୋରିସ ଯଦି ଟି୨୦ ବିଶ୍ୱକପ୍‌ରେ ଖେଳିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଧାର୍ଯ୍ୟ ତାରିଖ ସୁଦ୍ଧା ଫ୍ରି ହେବାକୁ ପଡ଼ିବ। ଆଗକୁ ଆଇପିଏଲ ଭଳି ଇଭେଣ୍ଟ ରହିଛି। ଏଣୁ ସେମାନେ ଏଥିରେ ଖେଳନ୍ତୁ। ଆଇପିଏଲ ପରେ ସେମାନଙ୍କୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ପଡ଼ିବ। ବିଶ୍ୱକପ୍‌ ପୂର୍ବରୁ ଆମ ନିକଟରେ ଆହୁରି ମ୍ୟାଚ୍‌ ଅଛି। ଜୁନ ୧ ତାରିଖରୁ ଶ୍ରୀଲଙ୍କା ଗସ୍ତ କରିବାର ଅଛି। ଆମେ ସେମାନଙ୍କୁ ଚୟନ କରିବୁ କି ନାହିଁ ତାହା ଭିନ୍ନ କଥା। ହେଲେ ସେମାନଙ୍କୁ ପ୍ରଥମେ ଫ୍ରି ହେବାକୁ ପଡ଼ିବ ବୋଲି କୋଚ୍‌ ବାଉଚର କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୮ ମେ ୨୩ ତାରିଖରେ ଅବସର ଘୋଷଣା କରିଥିବା ଡିଭିଲିୟର୍ସ ଗତବର୍ଷ ଟି୨୦ ବିଶ୍ୱକପ୍‌ ଖେଳିବା ପାଇଁ ଇଚ୍ଛା ପ୍ରକଟ କରିଥିଲେ।

Share