ଜୁନାଗଡ଼ ଗଣବଳାତ୍କାର ଘଟଣା: ଗିରଫ ହେଲେ ଡ୍ରାଇଭର ଲଳିନ୍ଦ୍ର

ଜୁନାଗଡ଼,୨୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଥିବା ଗଣବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ବସ୍‌ ଡ୍ରାଇଭର ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମର ଲଳିନ୍ଦ୍ର ଶବରଙ୍କୁ ଗିରଫ କରାଯାଇଛି। ପୀଡ଼ିତାଙ୍କ ବୟାନ ଆଧାରରେ ଜୁନାଗଡ଼ ପୋଲିସ ଲଳିନ୍ଦ୍ରଙ୍କୁ ଶନିବାର ଗିରଫ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଘଟିଥିବା ଏହି ବଳାତ୍କାର ଘଟଣାରେ ପୀଡ଼ିତାଜଣଙ୍କ ପ୍ରଥମେ ୬ଜଣଙ୍କ ନାମରେ ଅଭିଯୋଗ କରିଥିଲେ। ମାତ୍ର ଗୁରୁବାର ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ବୋଲି ସେ ବୟାନ ଦେଇଥିଲେ। ଏପରିକି ଲଳିନ୍ଦ୍ରଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ। ନଚେତ ଆତ୍ମହତ୍ୟା କରିବେ ବୋଲି କହିଥିଲେ।

Share