ଜୁନାଗଡ଼ ଗଣବଳାତ୍କାର ଘଟଣା: ବିଜେଡି ନେତାଙ୍କ ଲିଙ୍କ୍‌ ଥିବା ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର, ୨୭।୯(ବ୍ୟୁରୋ): କଳାହାଣ୍ଡି ଜିଲା ଜୁନାଗଡ଼ ଗଣବଳାତ୍କାର ଘଟଣା ନୂଆ ମୋଡ଼ ନେଇଛି। ବିଜେଡି ନେତାଙ୍କ ଡ୍ରାଇଭର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ପୀଡ଼ିତାଙ୍କ ବୟାନକୁ ଭିତ୍ତିକରି ଏଭଳି ସଂଗୀନ ଅଭିଯୋଗ ଆଣିଛି ଭାଜପା। ଏହି ଘଟଣାରେ ବିଜେଡି ନେତାଙ୍କ ଲିଙ୍କ୍‌ ଥିବା ଭାଜପା ଅଭିଯୋଗ ଆଣିଛି। ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହା କହିଛନ୍ତି। ଏଥିସହ ପୀଡ଼ିତାଙ୍କୁ ଲିପ୍ଟ ଦେଇଥିବା ଡ୍ରାଇଭର ଲଳିନ୍ଦ୍ର ଶବରକୁ ପୋଲିସ କାହିଁକି ଛାଡିଲା ତାର ଖୁଲାସା କରାଯାଉ ବୋଲି ଲେଖାଶ୍ରୀ ଦାବି କରିଛନ୍ତି।
ସେ କହିଛନ୍ତି, ଲଳିନ୍ଦ୍ର କଳାହାଣ୍ଡି ଜିଲା ବିଜେଡି କାର୍ଯ୍ୟକାରୀ ସଭାପତିଙ୍କ ବସ୍‌ ଡ୍ରାଇଭର। ବିଜେଡି ନେତାଙ୍କ ଡ୍ରାଇଭର ହୋଇଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିବା ଲେଖାଶ୍ରୀ କହିଛନ୍ତି।

Share