ଜୁନାଗଡ଼ ଗଣବଳାତ୍କାର ମାମଲାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗ ଭିତ୍ତିହୀନ: ଦିବ୍ୟଶଙ୍କର

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଜୁନାଗଡ଼ ଗଣବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଣ୍ଡନ କରିଛନ୍ତି। ଭାଜପା ପକ୍ଷରୁ କରାଯାଇଥିବା ଅଭିଯୋଗ ଭିତ୍ତିହୀନ। ଘଟଣାକୁ ରାଜନୀତିକରଣ କରାନଯାଉ। ଏହା ଏକ ସମ୍ବେଦନଶୀଳ ଘଟଣା। ପୋଲିସ ତା’ର ଦାୟିତ୍ୱ ଶତପ୍ରତିଶତ ନିର୍ବାହ କରୁଛି ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ପୀଡ଼ିତା ବଳାତ୍କାରରେ ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିନ୍ଦ୍ର ଶବର ସମ୍ପୃକ୍ତ ଥିବା ବୟାନ ଦେଇଥିଲେ। ଏହାକୁ ଭିତ୍ତି କରି ଉକ୍ତ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଥିବା ନେଇ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଥିଲେ। ଏଥିସହ ଅଭିଯୁକ୍ତ ଡ୍ରାଇଭରଙ୍କୁ ପୋଲିସ କ’ଣ ପାଇଁ ଛାଡ଼ିଲା ତାର ଖୁଲାସା କରାଯାଉ ବୋଲି ସେ ଦାବି କରିଥିଲେ। ଏପରିକି ଏଥିରେ ଦିବ୍ୟଶଙ୍କର ଆଗୁଆ କାହିଁକି ମୁଣ୍ଡ ପୁରାଇଲେ ତାହା ପ୍ରଶ୍ନ କରିଥିଲେ।

Share