ବେଙ୍ଗାଲୁରୁ,୧୯-୭: ଦେଶର ଅନ୍ୟତମ ପ୍ରମୁଖ ଆଇଟି କମ୍ପାନୀ ଓ୍ବିପ୍ରୋ ଲିମିଟେଡ ଏହାର ଜୁନିୟର କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ବୋନସ୍ ପ୍ରଦାନ କରିଛି। ଓ୍ବିପ୍ରୋରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଏବଂ ଅତିକମ୍ରେ ୩ ବର୍ଷର ଅଭିଜ୍ଞତା ରହିଛି ସେମାନଙ୍କୁ କମ୍ପାନୀ ଏହି ବୋନସ୍ ଦେଇଛି। କମ୍ପାନୀ ଗତ କିଛି ବର୍ଷ ହେବ ଏହି ସ୍ବତନ୍ତ୍ର ପୁରସ୍କାର ପ୍ରଦାନ ଯୋଜନା ଆପଣାଇଛି। କମ୍ପାନୀର ହ୍ୟୁମାନ ରିସୋର୍ସେସ ଡିପାର୍ଟମେଣ୍ଟ ଅଧ୍ୟକ୍ଷ ସୌରଭ ଗୋଭିଲ କହିଛନ୍ତି, ଏହା ରିଟେନ୍ସନ ବୋନସ୍ କୁହାଯାଉଛି ଏବଂ ଏହା ଏକ ବର୍ଷ ପାଇଁ କାର୍ଯ୍ୟକାରୀ ହୋଇଥାଏ। ସେ କହିଛନ୍ତି ଯେ, ୩ରୁ୪ ବର୍ଷର ଅଭିଜ୍ଞତା ଥିବା କର୍ମଚାରୀଙ୍କୁ ୧୦ ପ୍ରତିଶତ ଏବଂ ଅଧିକ ଦରମା ଏବଂ ଡିଜିଟାଲ ସ୍କିଲ୍ ଥିବା କର୍ମଚାରୀଙ୍କୁ ସିଙ୍ଗଲ ଡିଜିଟ୍ରୁ ଡବଲ ଡିଜିଟି ପର୍ଯ୍ୟନ୍ତ ଦରମା ବୃଦ୍ଧି କରାଯାଇଛି। ତେବେ ଖରାପ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କୁ କିଛି ଦିଆଯାଇନାହିଁ।