Categories: ଗଞ୍ଜାମ

ଜୁନିୟର, ପ୍ରାଥମିକ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ଆରମ୍ଭ

ଛତ୍ରପୁର,୧୮ା୮(ଡି.ଏନ.ଏ)-ଛତ୍ରପୁର ବ୍ଲକର ସମସ୍ତ ସରକାରୀ ସ୍କୁଲରେ କାର୍ଯ୍ୟରତ ଜୁନିୟର, ପ୍ରାଥମିକ ଶିକ୍ଷକଙ୍କ ଜାତି ଓ ମାଇଗ୍ରେଶନ ପ୍ରମାଣପାତ୍ରର ଯାଞ୍ଚ ଶନିବାରଠାରୁ ଆରମ୍ଭ ହୋଇଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଯାଞ୍ଚ ଚାଲିଛି ା କ୍ଲଷ୍ଟରସ୍ତରୀୟ ସ୍କୁଲଗୁଡିକର ଶିକ୍ଷକମାନଙ୍କୁ ପ୍ରମାଣପତ୍ର ଯାଞ୍ଚ ପାଇଁ ଡକାଯାଇଛି ା ଆସନ୍ତା ୪ ଦିନ ମଧ୍ୟରେ ଏହା ସରିବ ା ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ ଏହାର ମନିଟରିଂ କରୁଛନ୍ତି। ଛତ୍ରପୁରସ୍ଥିତ ଅନସ୍ଲୋ ହାଇସ୍କୁଲ ଓ ସରକାରୀ ବାଳିକା ହାଇସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରମାଣପତ୍ର ଯାଞ୍ଚ କରୁଛନ୍ତି। ଯାଞ୍ଚ ପରେ ଉକ୍ତ ପ୍ରମାଣପତ୍ରର ନକଲ ଓ ରିପୋର୍ଟ ସର୍ବଶିକ୍ଷା ଅଭିଯାନ୍‌ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ପ୍ରଦାନ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଡିପିସି ଉକ୍ତ ପ୍ରମାଣପତ୍ରର ଚୂଡାନ୍ତ ଯାଞ୍ଚ ପାଇଁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ ସ୍ଥାନୀୟ ତହସିଲଦାରମାନଙ୍କୁ ପଠାଇବେ ବୋଲି ଜଣାପଡିଛି ା ଉକ୍ତ ଶିକ୍ଷକମାନେ ପୁଣି ସେମାନଙ୍କର ସଦ୍ୟ ଜାତି ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ କୁହାଯାଇଛି ା ନିଯୁକ୍ତି ବେଳେ ଦାଖଲ ହୋଇଥିବା ଜାତି ପ୍ରମାଣ ପତ୍ର ସହ ସଦ୍ୟ ଜାତି ପ୍ରମାଣପତ୍ରର ମେଳ କରାଯିବ ା ଜାଲ ପ୍ରମାଣପତ୍ର ଦାଖଲ କରି କେତେକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିବା ନେଇ ବିଭିନ୍ନ ସମୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଆସୁଥିଲା। ୨୦୧୧ ଜାନୁୟାରୀ ୧ରୁ ଏପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଜୁନିୟର ଓ ରେଗୁଲାର ଶିକ୍ଷକଙ୍କ ଜାତି ଓ ମାଇଗ୍ରେଶନ ପ୍ରମାଣପତ୍ର ଯାଞ୍ଚ ପାଇଁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଆସିଥିଲା ା ପୂର୍ବରୁ ମଧ୍ୟ ଶିକ୍ଷକମାନଙ୍କର ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଯାଞ୍ଚ ସରିଥିବା ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି।