Categories: ଖେଳ

ଜୁନିୟର ବାଳକ ଦଳଗତ ଇଭେଣ୍ଟ: ଫାଇନାଲରେ କଟକ-ଏ, ଖୋର୍ଦ୍ଧା

କଟକ ଅଫିସ,୮।୧୧- ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୨୫ତମ ଆନ୍ତଃ ଜିଲା ଓ ରାଜ୍ୟ ଟେବୁଲ ଟେନିସ (ଟିଟି)ଚାମ୍ପିୟନଶିପରେ ଗୁରୁବାର ବିଭିନ୍ନ ବୟସ ବର୍ଗର କ୍ବାର୍ଟର ଫାଇନାଲ, ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏହି ପ୍ରତିଯୋଗିତା ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ଚାଲିଛି। ଜୁନିୟର ବାଳକ ଦଳଗତ ଇଭେଣ୍ଟରେ କଟକ-ଏ ଓ ଖୋର୍ଦ୍ଧା ଫାଇନାଲରେ ପ୍ରବେଶ କରିଛନ୍ତି। କଟକ-ଏ ୩-୦ ସେଟରେ କିଟ୍‌କୁ ଓ ଖୋର୍ଦ୍ଧା ୩-୨ ସେଟରେ ଭୁବନେଶ୍ୱରକୁ ହରାଇଥିଲା। କ୍ୟାଡେଟ ବାଳିକା ଇଭେଣ୍ଟରେ ସାଧିକା ସଦାଭରମ, ଉର୍ଜା ବର୍ମା, ସାକ୍ଷୀ ଭଗତ, ଭୂମିକା ବଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କ୍ୟାଡେଟ ବାଳକ ଇଭେଣ୍ଟରେ ଆନିନ୍ଦ୍ୟ ଦାସ, ଜିଜ୍ଞାସୁ ସାହୁ, ଶ୍ରେୟାନ ଦାସ, ଅର୍ଚ୍ଚିତ କୁମାର ବେହେରା ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି। ସେମି ଫାଇନାଲରେ ଆନିନ୍ଦ୍ୟ-ଜିଜ୍ଞାସୁ ଓ ଅର୍ଚ୍ଚିତ-ଶେୟାନଙ୍କ ମଧ୍ୟରେ ମୁକାବିଲା ହେବ। ସବ୍‌ଜୁନିୟର ବାଳିକା ସିଙ୍ଗଲ୍ସରେ ଶ୍ୱେତପଦ୍ମା ଦଳାଇ, ସୋହାଲିକା ସଦାଭରମ, ବୈଶାଖୀ ବଳ, ସୁଶ୍ରୀ ପଟ୍ଟନାୟକ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସବ୍‌ଜୁନିୟର ବାଳକ ସିଙ୍ଗଲ୍ସର କ୍ବାର୍ଟରଫାଇନାଲ ତାଲିକା ଚୂଡ଼ାନ୍ତ ହୋଇଛି। ଏଥିରେ ଆନିନ୍ଦ୍ୟ ଦାସ, ଶ୍ରେୟାସ ସାହୁ, ନକୁଲ ଜାମୁଲା, ଆୟୁଷ ମହାନ୍ତି, ଦ୍ୱାରିକାନାଥ ସ୍ବାଇଁ, ଅଙ୍କୁର ବିଶ୍ୱାଳ, ସନ୍ତୋଷ ପ୍ରୀତମ କ୍ବାର୍ଟରରେ ପ୍ରବେଶ କରିଛନ୍ତି ।

Share