ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ : ହଂକଂରେ ଭାରତରୁ ପ୍ରତିନିଧିତ୍ୱ କରିବେ ଶରଣ୍ୟା

ଭୁବନେଶ୍ୱର,୧୭।୫(ବ୍ୟୁରୋ):  ଗତ ଏପ୍ରିଲ ୨୭ରୁ ୨୯ ପର୍ଯ୍ୟନ୍ତ କେରଳର କୋଝିକୋଡ଼ଠାରେ ଅନୁଷ୍ଠିତ ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ ୨୦୧୯ରେ ବାଜି ମାରିଛନ୍ତି ଆଉ ଜଣେ ଓଡ଼ିଆ। ଜୁନିୟର ବର୍ଗରେ ଶ୍ରୀବାଲିଙ୍କ ବାଜିମାତ ପରେ ୧୦ରୁ ୧୪ବର୍ଷ ବର୍ଗରେ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି ଓଡ଼ିଆ ଝିଅ ଶରଣ୍ୟା ସାମନ୍ତରାୟ। ସମଗ୍ର ଦେଶରୁ ୬୨ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡରେ ଅଂଶଗ୍ରହଣ କରିଥିବା ବେଳେ ଶରଣ୍ୟା ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଦ୍ୱିତୀୟ ସ୍ଥାନରେ ରହିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହାସହ ହଂକଂରେ ହେବାକୁ ଥିବା ବିଉଟି ପ୍ୟାଜେଣ୍ଟ୍‌ ଲିଟିଲ୍‌ ମିସ୍‌ ପ୍ରିନ୍ସେସ୍‌ରେ ସେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। ରାମମନ୍ଦିର ଛକସ୍ଥିତ ସେଣ୍ଟ୍‌ ଜୋସେଫ୍‌ ସ୍କୁଲରେ ଷ୍ଟାଣ୍ଡାର୍ଡ-୫ରେ ପଢ଼ୁଥିବା ୧୦ ବର୍ଷୀୟା ଶରଣ୍ୟା ଜଣେ ମେଧାବୀ ଛାତ୍ରୀ। ଏହାସହ ସେ ଜଣେ ଜଣାଶୁଣା ଡ୍ୟାନ୍ସର ଓ ମଡେଲ। ପିଲାବେଳୁ ଅଭିନୟ, ଓଡ଼ିଶୀ ନୃତ୍ୟ ଓ ମଡେଲିଂରେ ତାଙ୍କର ରୁଚି ରହିଛି। ଲିଟିଲ୍‌ ମିସ୍‌ ଓଡ଼ିଶା ଓ ରଜ କୁଇନ୍‌ ଭଳି ଟାଇଟଲ ଜିତିଥିବା ଶରଣ୍ୟା ଆଗକୁ ଯାଇ ନୃତ୍ୟ ଏବଂ ଅଭିନୟ କ୍ଷେତ୍ରରେ ନିଜର ପରିଚୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭୁବନେଶ୍ୱରର ମୋନାଲିସା ରାଜଗୁରୁ ଓ ପ୍ରଶାନ୍ତ କୁମାର ସାମନ୍ତରାୟଙ୍କ ଝିଅ ଶରଣ୍ୟା ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରେ ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରାକୁ ସମସ୍ତଙ୍କ ନିକଟରେ ଉପସ୍ଥାପନା କରିଥିଲେ।

Share