ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲରେ ସିଦ୍ଧିକ୍ଷା ଦ୍ୱିତୀୟ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ):ଦୁବାଇଠାରେ ଅନୁଷ୍ଠିତ ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ୍‌ କଣ୍ଟେଷ୍ଟରେ ୨ୟ ରନର୍ସ ଅପ୍‌ ହୋଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଯୁବତୀ ସିଧିକ୍ଷା ପ୍ରିୟଦର୍ଶିନୀ। ଏଥିସହ ଅନ୍ତର୍ଜାତୀୟ ମଡେଲ ଦୁନିଆରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୧ରେ ଓଡ଼ିଶା ଫେସନ ଭିଲ୍ଲା ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ମଡ଼େଲ କଣ୍ଟେଷ୍ଟ ଓଡ଼ିଶା ଜୁନିଅର ଟପ୍‌ ମଡ଼େଲ୍ସରେ ଚୟନହୋଇ ସେ କେରଳର କୋଚିଠାରେ ଜାତୀୟ କଣ୍ଟେଷ୍ଟରେ ଭାଗ ନେଇ ୨ୟ ରନର୍ସ ଅଫ୍‌ କ୍ରାଉନ ଜିତିଥିଲେ। ପରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଫାଇନାଲ୍‌ରେ ୭ ରୁ ୧୨ ବର୍ଷୀୟା ବିଭାଗରେ ସେ ୨ୟ ରନର୍ସ ଅଫ୍‌ କ୍ରାଉନ୍‌ ଜିତିଛନ୍ତି।

Share