Categories: ଜାତୀୟ

ଜୁନ୍‌ରୁ ‘ଗୋଟିଏ ରାଷ୍ଟ୍ର ଗୋଟିଏ ରାଶନ କାର୍ଡ’

ନୂଆଦିଲ୍ଲୀ,୪ା୧୨(ପି.ଟି.): ଆସନ୍ତା ବର୍ଷ ଜୁନ୍‌ ୧ରୁ ସାରା ଦେଶରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ ନୀତି କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ମଙ୍ଗଳବାର କହିଛନ୍ତି। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ କଣ୍ଟ୍ରୋଲ ଦୋକାନରୁ ସେମାନଙ୍କ ନ୍ୟାଯ୍ୟ ପ୍ରାପ୍ୟ ପାଇପାରିବେ। ଇଲେକ୍ଟ୍ରୋନିକ୍‌ ପଏଣ୍ଟ ଅଫ୍‌ ସେଲ୍‌ (ଇପିଓଏସ୍‌)ଗୁଡ଼ିକରେ ବାୟୋମେଟ୍ରିକ ବା ଆଧାର ପ୍ରାମାଣିକତା ଉପକରଣ ସ୍ଥାପନ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଲୋକ ସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା କାମ ପାଇଁ ବିଭିନ୍ନ ସ୍ଥାନକୁ ଯାଉଥିବା ଦାଦନ ଶ୍ରମିକ, ଦିନ ମଜୁରିଆମାନେ ଉପକୃତ ହୋଇପାରିବେ।

Share