ନୂଆଦିଲ୍ଲୀ,୩୧।୫: ଗତ ଏପ୍ରିଲ ମାସରୁ ଦେଶର ଅଧିକାଂଶ ସହର ତତଲା କଡେଇରେ ପଡି ଏକ ପ୍ରକାର ଛଟପଟ ହେଉଛି କହିଲେ କିଛି ଭୁଲ୍ ହେବନି। କାରଣ କେତେକ ସହରର ତାପମାତ୍ରା ୪୮ ଡିଗ୍ରୀ ଛୁଇଁଥିବା ବେଳେ ଦେଶର ଅଧିକାଂଶ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଜୁନ୍ ସୁଦ୍ଧା ମୌସୁମୀ କେରଳ ଛୁଇଁବା ଅନୁମାନ କରାଯାଉଥିବା ବେଳେ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ସ୍ବାଭାବିକ ମୌସୁମୀ ରହିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। ୨୦୧୯ ଦକ୍ଷିଣପୂର୍ବ ମୌସୁମୀର ପ୍ରଭାବରେ ଦେଶରେ ବର୍ଷାର ପରିମାଣ ମଧ୍ୟ ସ୍ବାଭାବିକ ସ୍ତରରେ ରହିବ।