ଜୁନ୍‌ରେ ଓଡ଼ିଶା ଆସିପାରନ୍ତି ପଙ୍ଗପାଳ: ମୁକାବିଲା ପାଇଁ ବୈଠକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ଓଡ଼ିଶାକୁ ପଙ୍ଗପାଳ ଆସିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବା ପରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଓୟୁଏଟି ଡିନ୍‌ ଲଳୀତ ମୋହନ ଗଡ଼ନାୟକଙ୍କ ସୂଚନା ଦେଇ କହିଛନ୍ତି, ଓଡ଼ିଶାକୁ ଜୁନ୍‌ରେ ପଙ୍ଗପାଳ ଆସିପାରନ୍ତି ବୋଲି କେନ୍ଦ୍ର ସୂଚନା ଦେଇଛି। ଏଣୁ ସେମାନେ ପଶ୍ଚିମ ଓଡ଼ିଶାକୁ ପ୍ରଥମେ ଆସିବେ। ବର୍ଷା ଆରମ୍ଭ ହେଲେ ପଳାଇବେ। ରାଜ୍ୟରେ ପଙ୍ଗପାଳ ମୁକାବିଲା ପାଇଁ ଟିମ୍‌ ଗଠନ ସହ ଏସ୍‌ଓପି ଜାରି ହେବ। ଓୟୁଏଟି ଓ ବିଦ୍ୟାଧରପୁର ଫାର୍ମର କୀଟ ତତ୍ତ୍ୱବିତ୍‌ଙ୍କୁ ନେଇ ଟିମ୍‌ ଗଠନ କରାଯିବ। ଏନେଇ ଚାଷୀମାନଙ୍କୁ ସଚେତନ କରାଯିବ। ବ୍ଲକ ଓ ଜିଲା ସ୍ତରରୁ ଦୈନିକ ରିପୋର୍ଟ ଅଣାଯିବ। କୃଷି ନିର୍ଦ୍ଦେଶକଙ୍କ ଅଧୀନରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ପର୍ଯ୍ୟାପ୍ତ ଔଷଧ, ବଡ଼ ସ୍ପ୍ରେୟର ଓ ଟ୍ରାକ୍ଟର ପାଇଁ ସରକାରଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି।

Share