Categories: ଜାତୀୟ

ଜୁନ୍‌ରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆସିବ ନୂଆ ବିମାନ

ନୂଆଦିଲ୍ଲୀ,୧୦ା୧୦: ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୁଇଟି ନୂଆ ସ୍ବତନ୍ତ୍ର ବିମାନ ଆସନ୍ତାବର୍ଷ ଜୁନ୍‌ରେ ଭାରତ ଆସିବ। ଏହି ବିମାନ ଏୟାର ଇଣ୍ଡିଆ ବଦଳରେ ଇଣ୍ଡିଆନ ଏୟାରଫୋର୍ସ ଅଧୀନରେ ରହିବ ବୋଲି ସାଉଥ୍‌ ବ୍ଲକ୍‌ର ଦୁଇଜଣ ଅଧିକାରୀ ସୂଚନା ଦେଇଛନ୍ତି। ବୋଇଂର ଡଲାସ୍‌ କାରଖାନାରେ ଉକ୍ତ ବୋଇଂ ୭୭୭-୩୦୦ଇଆର୍‌ ବିମାନ ନିର୍ମାଣ କରାଯାଉଛି। ଏଥିରେ ମିସାଇଲ୍‌ ଡିଫେନ୍ସ ସିଷ୍ଟମ୍‌ ରହିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟବହାର କରୁଥିବା ବୋଇଂ ୭୪୭-୨୦୦ବି ଭଳି ଏହା ସୁରକ୍ଷିତ ହେବ। ଏଥିରେ ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମଧ୍ୟ ଯାତ୍ରା କରିପାରିବେ। ବୋଇଂ ୭୭୭ ଦେଶର ପ୍ରଥମ ବିମାନ ଯେଉଁଥିରେ ସ୍ବତନ୍ତ୍ର ସୁରକ୍ଷା ସୁଟ୍‌ ରହିବ, ଯାହା ଶତ୍ରୁପକ୍ଷର ରାଡାର ଫ୍ରିକ୍ୱେନ୍ସିକୁ ଜାମ୍‌ କରିଦେବା ସହ ମିସାଇଲ୍‌ର ଦିଗ ବଦଳାଇଦେଇପାରିବ ଓ ଅତ୍ୟାଧୁନିକ ମଧ୍ୟମ ରେଞ୍ଜ୍‌ର ମିସାଇଲ୍‌ ସିଷ୍ଟମକୁ ରୋକିପାରିବ।

Share