ଜୁନ୍‌ରେ ରିଲିଜ୍‌ ହେବ ‘ବଣ୍ଟି ଔର ବବଲି ୨’

ମୁମ୍ବାଇ: ୟଶ ରାଜ ଫିଲ୍ମ ବ୍ୟାନରରେ ନିର୍ମାଣ କରାଯାଇଥିବା ‘ବଣ୍ଟି ଔର ବବଲି ’ ର ସିକ୍ୟୁଏଲ ‘ବଣ୍ଟି ଔର ବବଲି ୨’ ଆସନ୍ତା ଜୁନ୍‌ ୨୬ରେ ରିଲିଜ୍‌ ହେବ ବୋଲି ଜଣାପଡିଛି। ୟଶ ରାଜ ଫିଲ୍ମର ଅଫିସିଆଲ୍‌ ୟୁଟ୍ୟୁବ ଚ୍ୟାନେଲରେ ଏହାର ଏକ କ୍ଲିପ ଜାରି କରାଯାଇ ରିଲିଜ୍‌ ଡେଟ୍‌ ସମ୍ପର୍କରେ ସୂଚନା ଦିଆଯାଇଛି। ଗଲି ବୟର ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଏଥିରେ ନଜର ଆସୁଥିବା ବେଳେ ଶରଭରୀ ଓ୍ବାଘ ଏଥିରେ ଡେବ୍ୟୁ କଳାକାର ଭାବେ ନଜର ଆସିବେ। ରାଣୀ ମୁଖାର୍ଜୀ, ଅଭିଷେକ ବଚ୍ଚନ ଓ ଅମିତାଭ ବଚ୍ଚନଙ୍କ ଲିଡ୍‌ ରୋଲରେ ୨୦୦୫ରେ ପରଦାକୁ ଆସିଥିଲା ‘ବଣ୍ଟି ଔର ବବଲି’।

Share