Categories: ଜାତୀୟ

ଜୁନ୍‌ ପହିଲାରୁ ଖୋଲିବ ମନ୍ଦିର, ମସ୍‌ଜିଦ, ଗୁରୁଦ୍ୱାର: ମମତା

କୋଲକାତା,୨୯।୫: ଦେଶରେ କରୋନା ସଂକ୍ରମଣକୁ ଦେଖି ମାର୍ଚ୍ଚ ମାସଠାରୁ ଲାଗୁ କରାଯାଇଥିଲା ଲକ୍‌ଡାଉନ ନିୟମ। ଏହି ସମୟରେ ସମସ୍ତ ଧର୍ମୀୟ ଅନୁଷ୍ଠାନକୁ ମଧ୍ୟ ଯିବାକୁ ବାରଣ କରାଯାଇଥିଲା। ତେବେ ଲକ୍‌ଡାଉନ ୪.୦ର ଅବଧି ମେ’ ୩୧ରେ ଶେଷ ହେଉଥିବା ବେଳେ ଏବେ ଲକ୍‌ଡାଉନ ୫.୦କୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏପଟେ ଲକ୍‌ଡାଉନ ୪.୦ରେ ଅନେକ ନିୟମରେ କୋହଳ କରାଯାଇଥିବା ବେଳେ, ବେଳକୁ ବେଳ ଆହୁରି ମଧ୍ୟ ନିୟମ କୋହଳ କରାଯାଉଛି। ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି, ପଶ୍ଚିମବଙ୍ଗରେ ଜୁନ୍‌ ପହିଲାରୁ ସମସ୍ତ ଧର୍ମୀୟ ଅନୁଷ୍ଠାନ ମନ୍ଦିର, ମସଜିଦ ଓ ଗୁରୁଦ୍ୱାରା ଖୋଲାଯିବ। ହେଲେ ସେଠାରେ ୧୦ରୁ ଅଧିକ ଲୋକ ପ୍ରବେଶ କରିପାରିବେ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ଏହା ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି।

Share