Categories: ଜାତୀୟ

ଜୁନ୍‌ ୧ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୨୯ା୫: ଜୁନ୍‌ ପହିଲାରେ କେରଳକୁ ମୌସୁମୀ ବାୟୁ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦର୍ଶାଯାଇଛି। ଖୁବ୍‌ଶୀଘ୍ର ଅନୁକୂଳ ପରିବେଶ ସୃଷ୍ଟି ହେବ ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବ ବୋଲି ଭୂ ବିଜ୍ଞାନୀମାନେ ମତବ୍ୟକ୍ତ କରିଛନ୍ତି। ଏହି ବାୟୁ ମାଳଦ୍ୱୀପ, ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ନିକୋବର ଦ୍ୱୀପ ଦେଇ ଆଗକୁ ବଢ଼ିବ ବୋଲି ଦର୍ଶାଯାଇଛି। ମେ ୩୧ରୁ ଜୁନ ୪ ପର୍ଯ୍ୟନ୍ତ ପାଗ ଅନୁକୂଳ ହେତୁ ମୌସୁମୀ ଆସିବା ସମ୍ଭବ ହୋଇଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନେ ମେ ୨୯ରୁ ଜୁନ ୪ ମଧ୍ୟରେ ଆରବ ସାଗର ଭିତରକୁ ନ ଯିବା ଲାଗି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଜୁନ ପହିଲାରେ ଦକ୍ଷିଣ ଭାରତର କେତେକ ସ୍ଥାନରେ ବର୍ଷା ପବନ ହେବା ଆଶଙ୍କା ରହିଛି। ଜୁନ ୧୩ରୁ ୧୫ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ତଥା ମଧ୍ୟ ଭାରତୀୟ ଅଞ୍ଚଳରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

Share