ଜୁନ୍‌ ୧୫ରୁ ପୁଣି ମଧ୍ୟାହ୍ନଭୋଜନ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଭାରତରେ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏହାକୁ ନେଇ ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ଆମେ ଜୀବନରେ ଯାହା ଦେଖି ନ ଥିଲୁ, ତୁମେ ତାହା ଅଙ୍ଗେ ନିଭେଉଛ। ଏହି ଲକ୍‌ଡାଉନ୍‌ ସମୟରେ ଘରେ ରହି ପଢ଼ାପଢ଼ି କର। ୩ ମାସର ମଧ୍ୟାହ୍ନ ଭୋଜନ ବ୍ଲକ ଜରିଆରେ ପଠାଇ ଦିଆଯାଇଛି। ଜୁନ୍‌ ୧୫ରୁ ପୁଣି ଥରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ପଠାଇ ଦିଆଯାଇଛି। ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ସବୁ ବହି ନିଶ୍ଚିତ ପହଞ୍ଚିଯିବ ବୋଲି ସେ କହିଛନ୍ତି।

Share