ଜୁନ୍‌-୧୫ ପରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଜାରି ନେଇ ଚର୍ଚ୍ଚା: ମିଥ୍ୟା ବୋଲି ସୂଚନା ଦେଲା ପିଆଇବି

ନୂଆଦିଲ୍ଲୀ, ୧୧।୬: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏପରିସ୍ଥଳେ କେତେକ ଗୁଜବ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଉଛି। ସେଭଳି ଏକ ଖବରକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ କୁହାଯାଇଛି ଯେ, ଜୁନ୍‌ ୧୫ ପରେ ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରିି ହେବ। ତେବେ ଏହା ମିଥ୍ୟା ବୋଲି ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ପରେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଏବେ ଅନ୍‌ଲକ୍‌ ଆରମ୍ଭ ହୋଇଛି। କିନ୍ତୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ କେତେକ ଏଭଳି ମିଥ୍ୟ ତଥ୍ୟ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଉଥିବା ପିଆଇବି କହିଛି।

Share