ଜୁନ୍‌ ୨୧ ସୂର୍ଯ୍ୟପରାଗ ପରେ ନଷ୍ଟ ହେବ କରୋନା ଭୂତାଣୁ : ଭାରତୀୟ ବୈଜ୍ଞାନିକ

ଚେନ୍ନାଇ, ୧୬।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ତେବେ ଚଳିତ ଜୁନ ୨୧ରେ ହେବାକୁ ଥିବା ସୂର୍ଯ୍ୟପରାଗ ପରେ କରୋନା ଭୂତାଣୁ ନଷ୍ଟ ହୋଇଯିବ ବୋଲି ଜଣେ ଭାରତୀୟ ବୈଜ୍ଞାନିକ ଦାବି କରିଛନ୍ତି। ଚେନ୍ନାଇର ନ୍ୟୁକ୍ଲିୟର ଆଣ୍ଡ ଆର୍ଥ ବିଜ୍ଞାନୀ ଡ. କେ.ଏଲ୍‌. ସୁନ୍ଦରକ୍ରିଷ୍ଣା ଏପରି କହିଛନ୍ତି। ପରାଗ ସମୟରେ ଦ୍ରୁତଗତିରେ ବିଭାଜିତ ହେଉଥିବା ନ୍ୟୁଟ୍ରନ୍‌ରୁ ଉତ୍ପନ୍ନ ହେଉଥିବା ତେଜଷ୍କ୍ରିୟ ଶକ୍ତିରେ କରୋନା ଭୂତାଣୁର ସଂରଚନା ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଥିବା ସେ ସୂଚନା ଦେଇଛନ୍ତି। ଗତ ୨୦୧୯ ଡିସେମ୍ବର ୨୬ରେ ହୋଇଥିବା ସୂର୍ଯ୍ୟପରାଗ ସମୟରେ ସୌରଜଗତର ବିଭିନ୍ନ ଗ୍ରହ ମଧ୍ୟରେ ଆକର୍ଷଣ-ମହାକର୍ଷଣ ଶକ୍ତିରେ ପରିବର୍ତ୍ତନ ଯୋଗୁ କରୋନା ଭୂତାଣୁ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଏହା ବାୟୁମଣ୍ଡଳର ଉପର ଭାଗରେ ରହି ଧୀରେଧୀରେ ପୃଥିବୀ ପୃଷ୍ଠକୁ ଆସି ମହାମାରୀର ରୂପ ନେଇଥିଲା। ଏବେ ହେବାକୁ ଯାଉଥିବା ସୂର୍ଯ୍ୟପରାଗ କରୋନା ସଂକ୍ରମଣରୁ ମୁକ୍ତି ପାଇବାର ପ୍ରାକୃତିକ ଉପଚାର ବୋଲି ସେ କହିଛନ୍ତି।

Share