ନୂଆଦିଲ୍ଲୀ,୧୧।୬: ଦ୍ୱିତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ଥିବା ନରେନ୍ଦ୍ର ମୋଦି ପୁଣି ଥରେ ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଜୁନ୍ ୩୦ରେ ଜନତାଙ୍କ ନିକଟତର ହେବେ। ସାଧାରଣ ଜନତା ସେମାନଙ୍କ ମତ, ମନ୍ତବ୍ୟ ଟୁଇଟର ମାଧ୍ୟମରେ ଦେଇ ପାରିବେ। ଦ୍ୱିତୀୟ ଥର ଦାୟିତ୍ୱ ସମ୍ଭାଳିବା ପରେ ଏହା ହେବ ପ୍ରଥମ ଏପିସୋଡ। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନ ପୂର୍ବରୁ ଫେବୃୟାରୀ ୨୪ରେ ମୋଦିଙ୍କର ଶେଷ ‘ମନ କି ବାତ’ କାର୍ଯ୍ୟକ୍ରମ ପ୍ରଚାରିତ ହୋଇଥିଲା। ଯାହା ମୋଦିଙ୍କ ଲାଗି ଭଲ ଅନୁଭୂତି ଥିଲା ବୋଲି ସେ କହିଥିଲେ।