ଜୁନ୍‌ ୩୦ ଦିନିଆ, ୭୨୦ ଘଣ୍ଟା କରୋନାଠୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ:ବାଗ୍‌ଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ବର୍ତ୍ତମାନ କ୍ଷେତ୍ରରେ କରୋନା ଏକ ମହାମାରୀ ବୋଲି ସମସ୍ତେ ଜାଣନ୍ତି। ଏହି ମହାମାରୀର ମୁକାବିଲା କରିବା ପାଇଁ ସମସ୍ତ ଅସ୍ତ୍ରଶସ୍ତ୍ର ସାଧାରଣ ଲୋକ ହାତରେ ରହିଛି। ପରିଷ୍କାର ପରିଚ୍ଛନ୍ନ ରହିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖି ଚଳପ୍ରଚଳ ହେବା ଆଦୌ କଷ୍ଟସାଧ୍ୟ ନୁହେଁ। ରାତି ୭ଟାରୁ ସକାଳ ୭ଟା ଯାଏ ଘରେ ରହିବାକୁ ବିଶେଷକିଛି ତ୍ୟାଗ ସ୍ବିକାର କରିବାକୁ ପଡ଼ିବ ନାହିଁ। ସେହିଭଳି ଶଟ୍‌ଡାଉନ୍‌ ସମୟରେ ମଧ୍ୟ ଘରେ ରହିବା ଉଚିତ ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରକଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ।

ସେ କହିଛନ୍ତି, କରୋନାକୁ ପରାସ୍ତ କରିବା ସମ୍ଭବ। ଜୁନ୍‌ ମାସ ୩୦ ଦିନର। ଦିନକୁ ୨୪ ଘଣ୍ଟା। ଅର୍ଥାତ ୭୨୦ ଘଣ୍ଟା ଆମକୁ କରୋନାଠୁ ଦୂରେଇ ରହିବାକୁ ହେବ। ଏହି ୭୨୦ ଘଣ୍ଟାରୁ ଯଦି ଜଣେ ଦିନକୁ ୧୦ ଘଣ୍ଟା ବହାରକୁ ନ ଯାଏ ଏବଂ ସପ୍ତାହକୁ ଦୁଇ ଦିନ ଶନିବାର ଓ ରବିବାର ଘରେ ରୁହେ ତେବେ ୭୨୦ ଘଣ୍ଟାରୁ ୪୯୨ ଘଣ୍ଟା, କରୋନାଠୁ ଜଣେ ସୁରକ୍ଷିତ ରହିପାରିବ। ଏହାଠାରୁ ବଡ଼ କବଚ ନାହିଁ।

ଶୁକ୍ରବାର ସ୍ନାନଯାତ୍ରା ଥିଲା। ଗର୍ଭଗୃହରେ ସାହାଣ ମେଲା ରହୁଥିଲା। ଭକ୍ତର ଗହଳି ତାଙ୍କୁ ଖୁସି କରୁଥିଲା। ହେଲେ ଏବେ ଭଗବାନ ଏବେ ଶୃଙ୍ଖଳାରେ ରହିଛନ୍ତି। ସାମୟିକ କଷ୍ଟ ସ୍ବିକାରକୁ ଗ୍ରହଣ କରି ନେଇଛନ୍ତି। ଏଣୁ ଜୁନର ବିପତ୍ତି ଟଳିବା ପର୍ଯ୍ୟନ୍ତ ଶୃଙ୍ଖଳାରେ ରୁହନ୍ତୁ ବୋଲି ବାଗ୍‌ଚୀ କହିଛନ୍ତି।

Share