Categories: ଜାତୀୟ

ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ସମସ୍ତ ଟିକେଟକୁ ବାତିଲ କଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ,୧୪।୫: ଜୁନ୍‌ ୩୦ ଅବା ଏହା ପୂର୍ବରୁ ଯେଉଁ ଯାତ୍ରୀମାନେ ଟ୍ରେନ୍‌ ଟିକେଟ ବୁକ୍‌ କରିଥିଲେ ସେମାନଙ୍କୁ ଲାଗିଛି ଝଟ୍‌କା। କାରଣ ଭାରତୀୟ ରେଲଓ୍ବେ ଜୁନ ୩୦ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ସମସ୍ତ ରିଜର୍ଭ ଟିକେଟକୁ ବାତିଲ କରିଦେବାକୁ ନିଷ୍ପତ୍ତି ନେଇଛି। ରେଲଓ୍ବେ ପକ୍ଷରୁ କୁହାଯାଇଛି କି ଜୁନ୍‌ ୩୦ ପର୍ଯ୍ୟନ୍ତ କେବଳ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଓ ଆଉ କିଛି ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବ। ହେଲେ ନିୟମିତ ଯାତ୍ରୀବାହୀ ଟ୍ରେନ୍‌ ଚଳଚଳ କରିବ ନାହିଁ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ୩୦ ଜୁନ୍‌ ପର୍ଯ୍ୟନ୍ତ ଯେଉଁ ଟିକେଟ୍‌ ବୁକ୍‌ କରାଯାଇଥିଲା ଯାତ୍ରୀମାନଙ୍କୁ ସେମାନଙ୍କ ଅର୍ଥ ଫେରାଇ ଦିଆଯିବ ବୋଲି ମଧ୍ୟ କୁହାଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ମେ ୨୨ ତାରିଖରୁ ମେଲ୍‌, ଏକ୍ସପ୍ରେସ୍‌ ଓ ଶତାବ୍ଦୀ ଟ୍ରେନ୍‌ ଚଳାଚଳ କରିପାରେ। ସୂଚନାଯୋଗ୍ୟ, ଲକ୍‌ଡାଉନ ଯୋଗୁ ଫସି ରହିଥିବା ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ରେଲଓ୍ବେ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଏହାସହ ରାଜଧାନୀ ସ୍ପେଶାଲ ଟ୍ରେନ୍‌ ମଧ୍ୟ ଚଳାଚଳ ଆରମ୍ଭ କରିଛି।

Share