ଜୁନ୍‌ ୩୦ ଯାଏ ଚାଲିବ ରବି ଧାନ କିଣା

ଭୁବନେଶ୍ୱର,୯।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟର ୧୭ ଜିଲାରେ ରବି ଧାନ ସଂଗ୍ରହ ଚାଲିଛି। ୮ଜୁନ୍‌ ପର୍ଯ୍ୟନ୍ତ ୧୦ ଲକ୍ଷ ୯୧ ହଜାର ମେଟ୍ରିକ୍‌ ଟନ୍‌ ଧାନ କିଣା ସରିଛି। ଗତବର୍ଷ ତୁଳନାରେ ଏହା ୪୦% ଅଧିକ ରହିଛି। ରବିଧାନ ପାଇଁ ଏ ପର୍ଯ୍ୟନ୍ତ ୨ ଲକ୍ଷ ୫୭ ହଜାର ଚାଷୀ ପଞ୍ଜୀକୃତ କରିଛନ୍ତି। ଗତବର୍ଷ ଏହି ସଂଖ୍ୟା ୨ ଲକ୍ଷ ୧୬ ହଜାର ଥିଲା। ଚାଷୀଙ୍କୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅର୍ଥ ପୈଠ କରାଯାଉଛି। ଆଜି ପର୍ଯ୍ୟନ୍ତ ୧ ହଜାର ୩୮୧ କୋଟି ଟଙ୍କାର ଅର୍ଥ ଦିଆ ଯାଇଛି। ଏବେ ରବି ଧାନ କିଣା କାର୍ଯ୍ୟକ୍ରମ ଚାଲୁ ରହିଛି। ୧୭ ଜିଲାରେ ରବି ଧାନ ସଂଗ୍ରହ ଚାଲୁ ରହିବ। ମଣ୍ଡିରେ ସାମାଜିକ ଦୂରତ୍ୱ ରଖି ଜୁନ୍‌ ୩୦ ଯାଏ ଧାନ କିଣା ଚାଲିବ ବୋଲି ଗୀତଗୋବିନ୍ଦ ସଦନରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସମବାୟ ସଚିବ ଭିଭି ଯାଦବ ଏ ନେଇ ସୂଚନା ଦେଇଛନ୍ତି।

Share