ଜୁନ୍‌ ୩୦ ଯାଏ ଧାର୍ମିକ ସ୍ଥଳ ବନ୍ଦ ରହିବ

ଭୁବନେଶ୍ୱର,୯।୬(ବ୍ୟୁରୋ) :କେନ୍ଦ୍ର ସରକାର ଧାର୍ମିକ ସ୍ଥଳ, ଶପିଂମଲ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ରାଜ୍ୟ ସରକାର କରୋନା ସ୍ଥିତିକୁ ଦେଖି କଟକଣା ଜାରି କରିପାରିବେ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଥିଲା। ରାଜ୍ୟ ସରକାର ଦ୍ୱନ୍ଦ୍ୱ ଦୂର କରିବାକୁ ପୂର୍ବରୁ ଜୁନ ମାସ ପାଇଁ ଜାରି କରାଯାଇଥିବା ଗାଇଡଲାଇନରେ ସାମାନ୍ୟ ସଂଶୋଧନ କରିଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜୁନ ୩୦ ତାରିଖ ଯାଏ ସମସ୍ତ ଧାର୍ମିକ ସ୍ଥଳରେ ଉପାସନା ବନ୍ଦ ରହିବ। ସମସ୍ତ ଶପିଂ ମଲ, ସିନେମା ହଲ, ଜିମ୍ନାସିୟମ, ସୁଇମିଂ ପୁଲ, ଆମୋଦପ୍ରମୋଦ ପାର୍କ, ଥିଏଟର, ବାର, ଅଡି ଟୋରିୟମ, ଆସେମ୍ବ୍ଲି ହଲ ଇତ୍ୟାଦି ମଧ୍ୟ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ହୋଟେଲ ଓ ରେଷ୍ଟୁରାଣ୍ଟ ପାଇଁ ସରକାର ୨୦୨୦ ଜୁନ ପହିଲାରେ ଜାରି କରିଥିବା ଗାଇଡଲାଇନ ବଳବତ୍ତର ରହିବ। ଏଥିସହିତ ଉକ୍ତ ବିଜ୍ଞପ୍ତିରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପୂର୍ବ ଭଳି ଜାରି ରହିବ।

Share