Categories: ବାଣିଜ୍ୟ

ଜୁନ୍‌ ୩୦ ଯାଏ ମିଳିବନି ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୧।୬: ଜୁନ୍‌ ୩୦ ଯାଏ ଲୋକଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବ ନାହିଁ। କରେନା ମାମଲା ବର୍ତ୍ତମାନ ନିୟନ୍ତ୍ରଣକୁ ଆସି ନ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୨୫ରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯିବା ପରେ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବାକୁ ସରକାର ରଦ୍ଦକରି ଦେଇଥିଲେ। ମେ ୨୫ଠାରୁ ଘରୋଇ ଉଠାଣକୁ ସରକାର ଅନୁମତି ଦେଇଥିବା ଜଣାପଡ଼ିଛି। ହେଲେ କରୋନା ସ୍ଥିତି ବର୍ତ୍ତମାନ ସୁଦ୍ଧା ମଧ୍ୟ ନିୟନ୍ତ୍ରଣକୁ ଆସି ନ ଥିବାରୁ ବିଦେଶୀ ବଜାର ଲାଗି ସେବା ଯୋଗାଣ ଉପରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଆଗାମୀ ଦିନରେ ଏ ନେଇ ବିସ୍ତୃତ ଗାଇଡ୍‌ଲାଇନ ଜାରି କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ସୂଚନା ରହିଛି।

Share