ନୂଆଦିଲ୍ଲୀ,୧୫ା୫(ପି.ଟି.)-ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ୪ ଦିନ ବିଳମ୍ବରେ ଆସି ଜୁନ୍ ୫ରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଦେଶରେ ବର୍ଷାଋତୁ ଜୁନ୍ରୁ ସେପ୍ଟେମ୍ବର ୪ ମାସ ଲାଗି ରହିଥାଏ। ସାଧାରଣତଃ ମୌସୁମୀ ଜୁନ୍ ୧ରେ କେରଳରେ ପହଞ୍ଚତ୍ଥାଏ। ଏଥର ତାହା ୫ରେ ପହଞ୍ଚତ୍ବାକୁ ଥିବାବେଳେ ଏଥିରେ ସାମାନ୍ୟ ଏପଟସେପଟ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଆକଳନ ଅନୁଯାୟୀ ମେ’ ୨୨ରେ ମୌସୁମୀ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚତ୍ବାକୁ ଥିବାବେଳେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ଯୋଗୁ ଏହା ୬ ଦିନ ପୂର୍ବରୁ ଅର୍ଥାତ୍ ୧୬ ତାରିଖରେ ପହଞ୍ଚତ୍ବ। ଗତବର୍ଷ ୨ଦିନ ପୂର୍ବରୁ ଅର୍ଥାତ୍ ମେ’ ୧୮ ତାରିଖରେ ମୌସୁମୀ ଆଣ୍ଡାମାନରେ ପହଞ୍ଚତ୍ଥିଲା। ତେବେ ଏହାର ଗତି ମନ୍ଥର ହେବାରୁ କେରଳରେ ପହଞ୍ଚତ୍ବାକୁ ଜୁନ୍ ୮ ହୋଇଯାଇଥିଲା। ଜୁଲାଇ ୧୯ ବେଳକୁ ମୌସୁମୀ ସାରା ଦେଶରେ ପହଞ୍ଚତ୍ଥିଲା। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିବ।