Categories: ଖେଳ

ଜୁନ୍‌ ୭ ପର୍ଯ୍ୟନ୍ତ ଡବ୍ଲ୍ୟୁଟିଏ, ଏଟିପି ସିଜନ ବନ୍ଦ

ଓ୍ବାଶିଂଟନ, ୧୯।୩ (ଏପି)- କରୋନା ଭାଇରସ୍‌ର ଆତଙ୍କକୁ ନଜରରେ ରଖି ସମସ୍ତ ପୁରୁଷ ଓ ମହିଳା ପ୍ରଫେଶନାଲ ଟେନିସ ଟୁର୍ନାମେଣ୍ଟକୁ ଜୁନ୍‌ ୭ ପର୍ଯ୍ୟନ୍ତ ବାତିଲ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରତିଯୋଗିତା ଆୟୋଜନ ହୋଇପାରିବ ନାହିଁ ବୋଲି ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ (ଏଟିପି) ଓ ମହିଳା ଟେନିସ ଆାସୋସିଏଶନ (ଡବ୍ଲ୍ୟୁଟିଏ) ପକ୍ଷରୁ କୁହାଯାଇଛି। ଏହା ଫଳରେ ମାଡ୍ରିଡ୍‌ ଓ ରୋମରେ ହେବାକୁ ଥିବା ମିଳିତ ପୁରୁଷ ଓ ମହିଳା ପ୍ରତିଯୋଗିତା ସମେତ ଷ୍ଟ୍ରସବର୍ଗ,ଫ୍ରାନ୍ସ ମର୍‌କୋକଭଳି ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟ ଏବଂ ମ୍ୟୁନିକ, ଏଷ୍ଟୋରିଲ, ପର୍ତ୍ତୁଗାଲ, ଜେନେଭା, ଫ୍ରାନ୍ସରେ ହେବାକୁ ଥିବା ଏଟିପି ପ୍ରତିଯୋଗିତା ପ୍ରଭାବିତ ହେବ। ଏଥିପୂର୍ବରୁ ଫ୍ରେଞ୍ଚ୍‌ ଓପନ୍‌କୁ ମଧ୍ୟ ମେ’ରୁ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା।

Share