Categories: ଜାତୀୟ

ଜୁନ୍‌ ୮ରୁ ଖୋଲିବ ଧାର୍ମିକ ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ,୩୦।୫: ଜୁନ୍‌ ପହିଲାରୁ ଏକ ମାସ ଅର୍ଥାତ ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଛି ଲକ୍‌ଡାଉନ୍‌ ଅବଧି। ଶନିବାର ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ହେଲେ ଲକ୍‌ଡାଉନ୍‌ ୫.୦ରେ କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ କଟକଣା ଜାରି ରହିବ। କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଧାର୍ମିକ ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟକୁ ପର୍ଯ୍ୟାୟକ୍ରମେ ଛାଡ଼ କରାଯାଇଛି।

ଜୁନ ୮ରୁ ପ୍ରଥମ ପର୍ଯ୍ୟାୟରେ ମନ୍ଦିର, ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିଛି। ହେଲେ ଧାର୍ମିକ ସମାଗମ ଓ ବଡ଼ ସମାବେଶକୁ ବାରଣ କରାଯାଇଛି। ସେହିଭଳି ହୋଟେଲ ରେଷ୍ଟୁରାଣ୍ଟଗୁଡିକ ମଧ୍ୟ ଏହି ତାରିଖରୁ ଖୋଲିବ। ଜୁଲାଇରୁ ସ୍କୁଲ ଏବଂ କଲେଜ ଖୋଲାଯାଇପାରିବ। ତେବେ ମଲ୍‌ ଖୋଲାଯିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏସ୍‌ଓପି ଜାରି କରିବ। ଅନ୍ୟ ସବୁ ପକ୍ଷଙ୍କ ସହ ଆଲୋଚନା କରି ମନ୍ତ୍ରାଳୟ ଏସ୍‌ଓପି ସ୍ଥିର କରିବ ବୋଲି କୁହାଯାଇଛି।

Share