Categories: ବାଣିଜ୍ୟ

ଜୁନ ୧୩ରେ ଜଲାନ କମିଟିର ବୈଠକ

ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିକଟରେ କେତେ ବଳକା ଅର୍ଥ ରହିବା ଉଚିତ୍‌ ସେ ସମ୍ପର୍କରେ ତର୍ଜମା ପାଇଁ ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପରବର୍ତ୍ତୀ ବୈଠକ ଜୁନ୍‌ ୧୩ରେ ବସିବ ବୋଲି ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଗୁରୁବାର କହିଛନ୍ତି। କମିଟିର ଅନ୍ୟତମ ସଦସ୍ୟ ଥିବା ଗର୍ଗ କହିଛନ୍ତି ଯେ, କମିଟିର ରିପୋର୍ଟ ଅଦ୍ୟାବଧି ଚୂଡ଼ାନ୍ତ ହୋଇନାହିଁ। ଏବେ ଯାଏ ଆଲୋଚନା ଚାଲିଛି। ଆର୍‌ବିଆଇର ଇକୋନୋମିକ କ୍ୟାପିଟାଲ ଫ୍ରେମଓ୍ବର୍କ ଲାଗି ଗତବର୍ଷ ଡିସେମ୍ବର ୨୬ରେ ଜାଲାନଙ୍କ ନେତୃତ୍ୱରେ ୬ ଜଣିଆ କମିଟି ଗଠନ କରାଯାଇଛି। ରିପୋର୍ଟ ପ୍ରଦାନ ପାଇଁ ସେମାନଙ୍କୁ ୩ ମାସ ସମୟ ଦିଆଯାଇଥିଲା, ଯାହାକୁ ପରେ ଆହୁରି ୩ ମାସ ବୃଦ୍ଧି କରାଯାଇଛି।

Share