ଜୁନ ୧୫ରୁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୨୮।୫- ପ୍ରତିବର୍ଷ ଭଳି ଏଥର ବର୍ଷା ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ୧୫ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପକ୍ଷେତ୍ର ନିର୍ଦ୍ଦେଶକ ଯଞ୍ଜଦତ୍ତ ପତି ଏହି ସୂଚନା ଦେଇଛନ୍ତି।

ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ ଶିମିଳିପାଳକୁ ପୂର୍ବ ବର୍ଷ ତୁଳନାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି। ୨୦୧୭ ନଭେମ୍ବର ପହିଲାରୁ ୨୦୧୮ ଜୁନ ୧୫ ପର୍ଯ୍ୟନ୍ତ ୩୩ ହଜାର ୪୦୧ ଜଣ ପର୍ଯ୍ୟଟକ ଶିମିଳିପାଳ ଆସିଛନ୍ତି। ସେମାନଙ୍କ ମଧ୍ୟରେ ୧୧ ବିଦେଶୀ ପର୍ଯ୍ୟଟକ ରହିଛନ୍ତି। ସେହିପରି ୨୦୧୮ ନଭେମ୍ବର ପହିଲାରୁ ୨୦୧୯ ଏପ୍ରିଲ ୧୯ ତାରିଖ ମଧ୍ୟରେ ୨୮ ହଜାର ୮୮୨ ଜଣ ପର୍ଯ୍ୟଟକ ଏଠାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ ୩୦ ବିଦେଶୀ ପର୍ଯ୍ୟଟକ ରହିଛନ୍ତି। ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ, ସରିସୃପ, ବିରଳ ପକ୍ଷୀ ଓ ଜୈବ ବିବିଧତା ପାଇଁ ସାରା ବିଶ୍ୱରେ ବିଖ୍ୟାତ। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରକୃତିର ମନଲୋଭା ଦୃଶ୍ୟ ସାଙ୍ଗକୁ ଅତି ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି। ଏଥିପାଇଁ ଏହି ଅଭୟାରଣ୍ୟର ସ୍ବତନ୍ତ୍ର ଆକର୍ଷଣ ରହିଛି।

Share