ଜୁନ ୧୭ ପରେ ହେବ ବାକି ରହିଯାଇଥିବା ପରୀକ୍ଷା, ଛାତ୍ରୀଛାତ୍ର ପଢ଼ାପଢ଼ି କରନ୍ତୁ: ମନ୍ତ୍ରୀ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଜୁନ ୧୭ ପୂର୍ବରୁ ବାକି ରହିଯାଇଥିବା ବିଭିନ୍ନ ପରୀକ୍ଷା ହେବ ନାହିଁ। ଜୁନ ୧୭ରେ ସ୍କୁଲ ଓ କଲେଜ ଖୋଲିବା ପରେ ଯେକୌଣସି ସମୟରେ ପରୀକ୍ଷା କରାଯିବ। ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ସୂଚନା ଦେଇଛନ୍ତି। ଏଣୁ ଛୁଟି ସମୟରେ ଛାତ୍ରୀଛାତ୍ରଙ୍କୁ ପଢ଼ାପଢ଼ିରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ପିଜି ଏକକ ପ୍ରବେଶିକା ପରୀକ୍ଷା ନେଇ କୁଳପତିମାନଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଦେଶରେ ଶିକ୍ଷା ବ୍ୟବସ୍ଥାର ସାମ୍ପ୍ରତିକ ସ୍ଥିତିକୁ ନେଇ ୟୁଜିସି ୭ଜଣିଆ କମିଟି ଗଠନ କରିଛି। ୟୁଜିସି ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏହାଛଡ଼ା ଆସନ୍ତା ୨୦ ତାରିଖରେ ଉଚ୍ଚଶିକ୍ଷା ବିଭାଗର ଗ୍ରୁପ୍‌ ଏ ଅଫିସରମାନେ ଅଫିସ ଆସିବା ବାଧ୍ୟତାମୂଳକ। ସେହିଭଳି ଗ୍ରୁପ୍‌ ସି ଓ ଡି କର୍ମଚାରୀମାନେ ଅଳ୍ପ ସଂଖ୍ୟାରେ ଆସିବେ ବୋଲି ସେ କହିଛନ୍ତି।

Share