Categories: ବାଣିଜ୍ୟ

ଜୁନ ୨୦ରେ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ,୧୦-୬: ଚଳିତ ମାସ ୨୦ତାରିଖରେ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଅଧୀନରେ ୫୦ କୋଟି ଟଙ୍କାର କାରବାରକୁ ଇ-ଇନଭଏସ୍‌ ସୀମା ଭାବେ ଲାଗୁ କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇପାରେ। ଟିକସ ଠକେଇକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ବିଜ୍‌ନେସ-ଟୁ-ବିଜ୍‌ନେସ (ବିଟୁବି) କ୍ଷେତ୍ରରେ ଏହା ଲାଗୁ କରିବା ନେଇ ପ୍ରସ୍ତାବ ରହିଛି ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟଗୁଡିକର ମତାମତ ଗ୍ରହଣ ପରେ ପରିଷଦ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରିବ। ରିଟର୍ନ ଫାଇଲିଂ ତଥ୍ୟ ମୁତାବକ ୬୮,୦୪୧ ବାଣିଜ୍ୟ ସଂସ୍ଥା ସେମାନଙ୍କ କାରବାର ୫୦ କୋଟି ଟଙ୍କା ରହିଥିବା ଦର୍ଶାଇଛନ୍ତି। ଆଦାୟ ହୋଇଥିବା ମୋଟ ଜିଏସ୍‌ଟି କ୍ଷେତ୍ରରେ ଏହି ସଂସ୍ଥାଗୁଡିକର ଅଂଶ ୬୬.୬% ରହିଛି।

Share