Categories: ଖେଳ

ଜୁଭେଣ୍ଟର ଫରୱାର୍ଡ ଡେବାଲା ସୁସ୍ଥ

ମିଲାନ, ୮ା୫ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜୁଭେଣ୍ଟର ଫରୱାର୍ଡ ପାଉଲୋ ଡେବାଲା ସୁସ୍ଥ ହୋଇଛନ୍ତି। ଡେବାଲାଙ୍କ ନମୁନା ପରୀକ୍ଷା ନେଗେଟିଭ୍‌ ଆସିଥିବା କ୍ଲବ ପକ୍ଷରୁ ପ୍ରକାଶ କରାଯାଇଛି। ଏବେ ସେ କିଛିଦିନ ହୋମ୍‌ ଆଇସୋଲେଶନରେ ରହିବେ। ଗତ କିଛି ସପ୍ତାହଧରି କ୍ରମାଗତ ପରୀକ୍ଷା ହେଉଥିଲେ ହେଁ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସୁଥିଲା। ଜୁଭେଣ୍ଟସ ଏବଂ ଅନ୍ୟ ସିରି ଏ’ କ୍ଲବଗୁଡ଼ିକ ଚଳିତ ସପ୍ତାହରେ ବ୍ୟକ୍ତିଗତ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ପୁରା ଟିମ୍‌ ଟ୍ରେନିଂ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବା ସମ୍ଭାବନା ରହିଛି।

Share