Categories: ଜାତୀୟ

ଜୁମ୍‌ ଆପ୍‌ ଉପରେ କଟକଣା: କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୩।୫: ଜୁମ୍‌ ଆପ୍‌ ଉପରେ କଟକଣା ଜାରି କରିବା ଲାଗି ହୋଇଥିବା ଏକ ଆବେଦନ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଏସମ୍ପର୍କରେ ନିଜର ଉତ୍ତର ରଖିବାକୁ କୁହାଯାଇଛି। ଜୁମ୍‌ ଆପ୍‌କୁ ବ୍ୟକ୍ତିଗତ ଅବା କାର୍ଯ୍ୟାଳୟରେ ବ୍ୟବହାର ନ କରାଯିବାକୁ ଦାଖଲ ହୋଇଥିବା ଏକ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ ଏଭଳି ରାୟ ଦେଇଛନ୍ତି। ଜୁମ୍‌ ଆପ୍‌ ବ୍ୟବହାରରେ ଗୁପ୍ତତଥ୍ୟର ସୁରକ୍ଷା ବିପନ୍ନ ହେଉଥିବା ଦାଖଲ ମାମଲାରେ ପ୍ରଶ୍ନ କରାଯାଇଥିଲା। ସୂଚନାଯୋଗ୍ୟ, ଇଣ୍ଡିଆନ୍‌ କମ୍ପ୍ୟୁଟର ଏମରଜେନ୍ସି ଟିମ୍‌ ପକ୍ଷରୁ ଜୁମ୍‌ ଆପ୍‌ ବ୍ୟବହାର ଦ୍ୱାରା ସାଇବର ସୁରକ୍ଷା ଆଶଙ୍କାଥିବା ନେଇ ବ୍ୟବହାରକାରୀଙ୍କ ଲାଗି ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଛି। ତେବେ ବି ଏହାର ବହୁଳ ବ୍ୟବହାର ହେଉଛି।

Share