Categories: ବାଣିଜ୍ୟ

ଜୁଲାଇରେ ଆଧାର ଆଧାରିତ ନେଣଦେଣ ୨୨ କୋଟି ଟପିଲା

ନୂଆଦିଲ୍ଲୀ,୧୩-୮: ଜୁଲାଇରେ ଆଧାର ଆଧାରିତ ପେମେଣ୍ଟ ପ୍ରଣାଳିରେ ନେଣଦେଣ ୨୨ କୋଟି ଟପିଛିି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ସୋମବାର କହିଛି ଯେ, ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା ଦେଶରେ ଆର୍ଥିକ ଏକୀକରଣ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଚଳିତବର୍ଷ ଜୁଲାଇରେ ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥାରେ ୯,୬୮୫.୩୫ କୋଟି ଟଙ୍କାର ୨୨.୦୧ କୋଟି ନେଣଦେଣ ହୋଇଛି। ଗତବର୍ଷର ଏହି ଅବଧିରେ ୮୮୬୭.୩୩ କୋଟି ଟଙ୍କାର ୧୯.୪୩ କୋଟି ନେଣଦେଣ ହୋଇଥିଲା। ସୂଚନାଥାଉ କି, ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥାରେ ବ୍ୟାଙ୍କ ପ୍ରତିନିଧିଙ୍କ ଦ୍ୱାରା ପିଓଏସ୍‌ ଅଥବା ମାଇକ୍ରୋ ଏଟିଏମ୍‌ ଜରିଆରେ ବ୍ୟାଙ୍କିଙ୍ଗ ନେଣଦେଣ କରାଯାଇଥାଏ।

Share