Categories: ବାଣିଜ୍ୟ

ଜୁଲାଇରେ ତୈଳ ଇନ୍ଧନ ଚାହିଦା ୩.୩% ବୃଦ୍ଧି

ନୂଆଦିଲ୍ଲୀ,୧୧-୮: ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଦେଶରେ ତୈଳ ଇନ୍ଧନ ଚାହିଦା ୩.୩% ବୃଦ୍ଧି ପାଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ୍‌ ସେଲ୍‌ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଆଲୋଚ୍ୟ ମାସରେ ମୋଟ ତୈଳ ଚାହିଦା ୧୭.୫୮ ମିଲିୟନ ଟନ ରହିଥିଲା। ବର୍ଷକ ପୂର୍ବ ତୁଳନାରେ ଚଳିତ ବର୍ଷ ପେଟ୍ରୋଲ ଚାହିଦା ୮.୮% ବୃଦ୍ଧି ପାଇ ୨.୫୨ ମିଲିୟନ ଟନ ହୋଇଥିବା ବେଳେ ରୋଷେଇ ଗ୍ୟାସ୍‌(ଏଲ୍‌ପିଜି) ବିକ୍ରି ୯% ବୃଦ୍ଧି ପାଇ ୨.୨୨ ମିଲିୟନ ଟନ ହୋଇଛି। ତେବେ ଆଲୋଚ୍ୟ ମାସରେ ନାପ୍‌ଥା ବିକ୍ରି ୫.୨% ହ୍ରାସ ପାଇ ୧.୨୨ ମିଲିୟନ ଟନ ହୋଇଥିବା ବେଳେ ସଡ଼କ ନିର୍ମାଣରେ ବ୍ୟବହୃତ ବିଟୁମେନ(ପିଚୁ) ବିକ୍ରି ୩୬.୪% ଏବଂ ଆଲ୍‌କାତରା ୮.୩% ବୃଦ୍ଧି ପାଇଛି।

Share