Categories: ବାଣିଜ୍ୟ

ଜୁଲାଇ ପ୍ରଥମ ସପ୍ତାହରେ ଆସିପାରେ ବଜେଟ

ନୂଆଦିଲ୍ଲୀ,୩୧-୫: ମୋଦି ସରକାର ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଚଳିତ ଆର୍ଥିକ ବର୍ଷ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ପୂର୍ଣ୍ଣାଙ୍ଗ ବଜେଟ ଆଣିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଫେବୃୟାରୀରେ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯାଇଥିଲା। ଏଥିରେ ନିଆଯାଇଥିବା କେତେକ ନିଷ୍ପତ୍ତିକୁ ପୂର୍ଣ୍ଣାଙ୍ଗ ବଜେଟରେ ଘୋଷଣା କରାଯାଇପାରେ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଏନ୍‌ଡିଏ ଭାରି ବହୁମତରେ କ୍ଷମତାକୁ ଫେରୁଥିବା ସ୍ପଷ୍ଟ ହେବା ପରେ ଅର୍ଥ ମନ୍ତ୍ରଣାଳୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପାଇଁ ଲାଗି ପଡିଥିଲା। ବଜେଟରେ ସରକାର ଅର୍ଥନୀତି ଅଭିବୃଦ୍ଧିକୁ ଠିକ୍‌ ରାସ୍ତାରେ ଆଣିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦେଇପାରନ୍ତି। ଏହାଛଡ଼ା ମେକ୍‌ ଇନ୍‌ ଇଣ୍ଡିଆ ଓ ରପ୍ତାନି ବୃଦ୍ଧି ଉପରେ ଅଧିକ ଜୋର୍‌ ଦିଆଯାଇପାରେ। ଏଫ୍‌ଡିଆଇ ନିୟମକୁ ଅଧିକ ସରଳ କରିବା, ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପ୍ରତି ଅଧିକ ଯନତ୍ଶୀଳ ହେବା ନୂଆ ସରକାରଙ୍କ ପାଇଁ ବଜେଟରେ ଆହ୍ବାନ ହେବ।

Share