ଜୁଲାଇ ଶେଷ ସୁଦ୍ଧା ପାକିସ୍ତାନରେ କରୋନା ସଂକ୍ରମଣ ୧୨ ଲକ୍ଷ ଛୁଇଁବା ଆଶଙ୍କା

ଇସଲାମାବାଦ୍‌,୧୫।୬: ପାକିସ୍ତାନରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଏଠାରେ ୭୭୧ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୩୯ ହଜାର ୨୩୦ ଛୁଇଁଥିବାବେଳେ ମୃତକଙ୍କ ସଂଖ୍ୟା ୨ ହଜାର ୬୩୨ରେ ପହଞ୍ଚିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଜୁନ୍‌ ମଧ୍ୟ ଭାଗ ବେଳକୁ ଦେଢ଼ ଲକ୍ଷ ପାର ହୋଇଥିବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମନ୍ତ୍ରୀ ଅସଦ ଉମର ସୂଚନା ଦେଇଛନ୍ତି। ସେହିପରି ଜୁଲାଇ ଶେଷ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ଛୁଇଁବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଇତିମଧ୍ୟରେ ୫୧ ହଜାର ୭୩୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଉମର ସୂଚନା ଦେଇଛନ୍ତି।

Share