ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ପ୍ରଥମେ କରୋନା କଟକଣା ଉପରେ ଅମ୍ଫନ ଯୋଗୁ ମାଟ୍ରିକ ପରୀକ୍ଷା ମୂଲ୍ୟାୟନକୁ ସ୍ଥଗିତ କରାଯାଇଥିଲା। ହେଲେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇବ। ଗୁରୁବାର ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବାତ୍ୟା ଅମ୍ଫନ ପାଇଁ ପରୀକ୍ଷା ମୂଲ୍ୟାୟନ ଘୁଞ୍ଚିଛି। ଗୁରୁବାର କିମ୍ବା ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମୂଲ୍ୟାୟନ ପାଇଁ ତାରିଖ ଘୋଷଣା କରାଯିବ। ମୂଲ୍ୟାୟନ ଓ ଫଳ ପ୍ରକାଶ ପାଇଁ ଆମେ ସମସ୍ତ ଚେଷ୍ଟା ଜାରି ରଖିଛୁ ବୋଲି ସେ କହିଛନ୍ତି।

Share