Categories: ବାଣିଜ୍ୟ

ଜୁଲାଇ ସୁଦ୍ଧା ପିଏମ୍‌ କିଷାନରେ ୭୦ ମିଲିୟନ ଚାଷୀ ଯୋଡି ହେବେ

ନୂଆଦିଲ୍ଲୀ,୨୧-୭: କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା ହୋଇଛି। ତେବେ ଏହି ଯୋଜନାରେ ଏବେ ଅଧିକ ଜମି ଥିବା ଚାଷୀ ମଧ୍ୟ ଯୋଡି ହେଉଛନ୍ତି। ଫଳରେ ଏହି ଯୋଜାନରେ ସାମିଲ ହେବା ଲାଗି ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଜୋର୍‌ ଧରିଛି। କେନ୍ଦ୍ର ସରକାର ଦେଶର ୧୪୫ ମିଲିୟନ ଚାଷୀଙ୍କ ପଞ୍ଜୀକରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ଏହାର ଅଧା ଅର୍ଥାତ୍‌ ପ୍ରାୟ ୭୦ ମିଲିୟନରେ ପହଞ୍ଚତ୍ୟିବ ବୋଲି ପିଏମ୍‌ କିଷାନ ସିଇଓ ବିବେକ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି। ଗତବର୍ଷ ଡିସେମ୍ବର ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଉକ୍ତ ଯୋଜନାରେ ଚାଷୀଙ୍କୁ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏ ମୋଟ ୬ ହଜାର ଟଙ୍କା କୃଷି ସହାୟତା ପ୍ରଦାନ କରୁଛନ୍ତି। ଡିସେମ୍ବର ୨୦୧୮ରୁ ମାର୍ଚ୍ଚ ୨୦୧୯ ପଯର୍ର୍‌ୟନ୍ତ ପ୍ରଥମ କିସ୍ତି ପ୍ରଦାନ କରାଯାଇସାରିଲାଣି। ଅଦ୍ୟାବଧି ୫୪.୧ ମିଲିୟନ ଚାଷୀ ଉକ୍ତ ଯୋଜନାରେ ନିଜକୁ ପଞ୍ଜୀକରଣ କରିଛନ୍ତି। ସାମିଲ ହେବା ପ୍ରକ୍ରିୟା ଦ୍ରୁତତର ହୋଇଛି ବୋଲି ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି। ଜୁଲାଇ ୩୧ ସୁଦ୍ଧା ନିଜ ରାଜ୍ୟର ହିତାଧିକାରୀ ଚାଷୀଙ୍କ ତାଲିକା ଓ୍ବେବସାଇଟରେ ଅପ୍‌ଲୋଡ କରିବାକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଗୁଡ଼ିକୁ ଅନୁରୋଧ କରାଯାଇଛି। ଜୁଲାଇ ୩୧ ପରେ ପଞ୍ଜୀକରଣ କରିଥିବା ଚାଷୀଙ୍କୁ ଉକ୍ତ ଯୋଜନାର ଫାଇଦା ମିଳିବ ନାହିଁ। ଏହା ଏକ ବିକାଶମୂଳକ ଯୋଜନା ହୋଇଥିବା ବେଳେ ପଞ୍ଜୀକରଣ ହେବା ମାତ୍ରେ ଚାଷୀଙ୍କୁ ସହାୟତା ପ୍ରଦାନ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି।

Share