Categories: ବାଣିଜ୍ୟ

ଜୁଲାଇ-ସେପ୍ଟେମ୍ବର ଜିଡିପି ନମ୍ବର ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ,୧୩-୧୧: ନଭେମ୍ବର ୨୯ରେ ଜିଡିପି ତଥ୍ୟ ସମ୍ପର୍କରେ ଘୋଷଣା ହେବ। ଭାରତର ଜିଡିପି ୬ ବର୍ଷର ସବୁଠାରୁ ନିମ୍ନ ସ୍ତରରେ ଥିବାରୁ ଏହି ଘୋଷଣା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସିଙ୍ଗାପୁର ଭିତ୍ତିକ ଡିବିଏସ୍‌ ବ୍ୟାଙ୍କ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଡିଡିପି ଅଭିବୃଦ୍ଧି ଆଶାନୁରୂପକ ନ ହେଲେ ଏହାର ପ୍ରଭାବ ବଜାର ଉପରେ ପଡିବ। ଫଳରେ ଟଙ୍କା ମୂଲ୍ୟ ପ୍ରଭାବିତ ହେବା ସହ ଡଲାର ଶକ୍ତିଶାଳି ହେବ। ଗତ ୨ ମାସ ହେବ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୦.୧ରୁ ୭୧.୫ ଟଙ୍କା ସ୍ତରରେ ରହିଛି। ଜିଡିପି ନମ୍ବର ଠିକ ନ ହେଲେ ଏହା ବଢିପାରେ ବୋଲି ଡିବିଏସ୍‌ ପ୍ରକାଶ କରିଛି। ସେପ୍ଟେମ୍ବରରେ ଦେଶର ଶିଳ୍ପ ଉତ୍ପାଦନ ୪.୩% ଖସିଛି। ଅଗଷ୍ଟରେ ଏଥିରେ ୧.୪% ହ୍ରାସ ଘଟିଥିବା ନିକଟରେ ରିପୋର୍ଟ ସାମ୍ନାକୁ ଆସିଛି। ଏହି ସମୟରେ କ୍ୟାପିଟାଲ ଗୁଡସ, କଞ୍ଜ୍ୟୁମର ଡ୍ୟୁରେବଲ୍ସ, ଭିତ୍ତିଭୂମି ଏବଂ ନିର୍ମାଣ କ୍ଷେତ୍ର କାର୍ଯ୍ୟକଳାପ ଗଭୀର ଭାବେ ପ୍ରଭାବିତ ହୋଇଛି। କ୍ୟାପିଟାଲ ଗୁଡ୍‌ସ କ୍ଷେତ୍ରରେ ୪.୭% ହ୍ରାସ ଘଟିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସ ଜିଡିପି ଅଭିବୃଦ୍ଧି ୫%କୁ ଖସିବ ବୋଲି ଏହା ଆକଳନ କରିଛି।

Share