ଜୁଲାଇ ୧୩ରେ ପରଦାକୁ ଆସିବ ହ୍ରିତିକ୍‌ଙ୍କ ‘ସୁପର-୩୦’

ମୁମ୍ବାଇ: ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ଫିଲ୍ମ ‘ସୁପର-୩୦’ରିଲିଜର ବାଟ ଫିଟିଛି। ‘#Metoo’ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ନିର୍ଦ୍ଦେଶକ ବିକାଶ ବହଲ ମୁକୁଳିବା ପରେ ଫିଲ୍ମ ରିଲିଜର ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ଏକ ଫଟୋ ଶେୟାର କରିଛନ୍ତି ହ୍ରିତିକ୍‌। ସେ ନିଜ ଟୁଇଟର ପୃଷ୍ଠାରେ ଚଳଚ୍ଚିତ୍ରର ଏକ ପୋଷ୍ଟର ଜାରି କରି ଫିଲ୍ମର ଟ୍ରେଲର କେବେ ଆସିବ ତାହା ସୂଚନା ଦେଇଛନ୍ତି। ଜୁନ ୪ରେ ଟ୍ରେଲର ରିଲିଜ କରାଯିବାକୁ ଥିବା ବେଳେ ଜୁଲାଇ ୧୨ରେ ଫିଲ୍ମ ରିଲିଜ ହେବ। ତେବେ ପୂର୍ବରୁ ଜାନୁୟାରୀରେ ଏହାକୁ ରିଲିଜ କରାଯାଇଥାନ୍ତା। ହେଲେ କଙ୍ଗନା ରାଣାଓ୍ବତ୍‌ଙ୍କ ଫିଲ୍ମ ମଣିକର୍ଣ୍ଣିକାର ରିଲିଜ୍‌ ଡେଟ୍‌ ଥିବା ଯୋଗୁ ଏହାକୁ ସ୍ଥଗିତ କରାଯାଇଥିଲା।

Share