କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ହୋଇଥିଲା। ଏହାର ପ୍ରଭାବରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ସମସ୍ତ ଶୁଟିଂ ବନ୍ଦ ରହିଛି। ଏବେ ମହାରାଷ୍ଟ୍ର ସରକାର ଫିଲ୍ମ ଶୁଟିଂ ପାଇଁ ସର୍ତମୂଳକ ଅନୁମତି ଦେଇଛନ୍ତି।
ତେବେ ଏହି ଅନୁମତି ମିଳିବା ପରେ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ଫିଲ୍ମ ‘ମୁମ୍ବାଇ ସାଗା’ର ଶୁଟିଂ ହେବ। ହାଇଦ୍ରାବାଦ୍ର ରାମୋଜୀ ଫିଲ୍ମ ସିଟିରେ ଜୁଲାଇ ୧୭ରୁ ୧୨ ଦିନ ପର୍ଯ୍ୟନ୍ତ ଏହାର ଶୁଟିଂ ପାଇଁ ଦିନ ଧାର୍ଯ୍ୟ ହୋଇଛି। ତେବେ ଫିଲ୍ମର ୯୦ ଭାଗ ଶୁଟିଂ ଲକ୍ଡାଉନ୍ ପୂର୍ବରୁ ଶେଷ ହୋଇଥିଲା।