Categories: ଜାତୀୟ

ଜୁଲାଇ ୧୮ରୁ ୨୩ ଜେଇଇ ମେନ୍‌: ୨୬ ଜୁଲାଇରେ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ,୫।୫: ଜେଇଇ ମେନ୍‌ ଏବଂ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷା ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୧୮ରୁ ୨୩ ମଧ୍ୟରେ ଜେଇଇ ମେନ୍‌ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୨୬ରେ ଏନ୍‌ଇଇଟି ପରୀକ୍ଷା ହେବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ବାଲ ମଙ୍ଗଳବାର ସୂଚନା ଦେଇଛନ୍ତି। ଜେଇଇ ଆଡଭାନ୍ସ୍‌ ପରୀକ୍ଷା ଅଗଷ୍ଟରେ ହେବ। ତେବେ ଏହାର ତାରିଖ ପରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ୧୫ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଏନ୍‌ଇଇଟି ପାଇଁ ଆବେଦନ କରିଥିବାବେଳେ ଜେଇଇ ମେନ୍‌ ଲାଗି ୯ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଆବେଦନ କରିଛନ୍ତି।

Share