Categories: ଜାତୀୟ

ଜୁଲାଇ ୨ରୁ ହେବ ରାମଲଲା ମନ୍ଦିର ନିର୍ମାଣର ଔପଚାରିକ ଶୁଭାରମ୍ଭ

ଅଯୋଧ୍ୟା,୧୮।୬: ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୁଲାଇ ୨ରୁ ଔପଚାରିକ ଭାବେ ଆରମ୍ଭ ହେବ। କାରଣ ଜୁଲାଇ ୨ରେ ଦେବତାମାନଙ୍କର ଦେବଶୟନ ଏକାଦଶୀର ମଙ୍ଗଳ ମୁହୂର୍ତ୍ତରେ ମନ୍ଦିରର ଭୂମି ପୂଜା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଅର୍ଥାତ୍‌ ଜୁଲାଇ ୧ରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ଅଯୋଧ୍ୟାରୁ ଶ୍ରୀରାମ ଜନ୍ମଭୂମି ପରିସରରୁ ଆଣିଥିବା ପବିତ୍ର ମାଟିକୁ ପୂଜା କରିବେ। ପୁରା ରୀତିନୀତିରେ ହେବାକୁ ଥିବା ଏହି ପୂଜାରେ ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରାଣସୀରୁ ପୁରୋହିତ ସାମିଲ ହେବେ। ପୂଜା ପରେ ଉକ୍ତ ମାଟିକୁ ମୋଦିଙ୍କ ସ୍ବତନ୍ତ୍ର ମୁଖପାତ୍ର ନୃପେନ୍ଦ୍ର ମିଶ୍ରା ଅଯୋଧ୍ୟା ନେଇକି ଯିବେ। ଦେବଶୟନ ଏକାଦଶୀରେ ଭୋରରୁ ଅଯୋଧ୍ୟାରେ ଭୂମିପୂଜା ଅନଷ୍ଠିତ ହେବ। ଏହାପରେ ରାମଲଲାଙ୍କ ଜନ୍ମସ୍ଥାନରେ ଆଧୁନିକ ମନ୍ଦିର ନିର୍ମାଣର ଆରମ୍ଭ ହେବ।

Share