ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଶ୍ରଦ୍ଧାଳୁଙ୍କ କରୋନା ଯାଞ୍ଚ ରହିବ ବାଧ୍ୟତାମୂଳକ

ଅନନ୍ତନାଗ,୬।୬: କରୋନା ଲକ୍‌ଡାଉନ ମଧ୍ୟରେ ଅମରନାଥ ଯାତ୍ରାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ଥର ଅମରନାଥ ଯାତ୍ରା ଜୁଲାଇ ୨୧ରୁ ଅଗଷ୍ଟ ୩ମଧ୍ୟରେ ଆରମ୍ଭ ହେବ। ଏହି ଯାତ୍ରା କେବଳ ୨ସପ୍ତାହ ଅର୍ଥାତ୍‌ ୧୫ ଦିନ ଯାଏଁ ଚାଲିବ ବୋଲି ଜଣାପଡ଼ିଛି। ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ବାବା ବର୍ଫାନିଙ୍କ ଦର୍ଶନ ଲାଗି ହେବାକୁ ଥିବା ଅମରନାଥ ଯାତ୍ରା ପାଇଁ କେବଳ ଗୋଟିଏ ମାର୍ଗକୁ ନିର୍ଦ୍ଧାରିତ କରାଯାଇଛି। ଚଳିତ ଥର ଶ୍ରଦ୍ଧାଳୁମାନେ ଉତ୍ତରୀ କଶ୍ମୀର ବାଲଟାଲ ମାର୍ଗ ଦେଇ ଅମରନାଥ ଯାତ୍ରା କରିବେ। ଆଉ ଯେଉଁମାନେ ବାବା ବର୍ଫାନୀଙ୍କ ଦର୍ଶନ କରିବାକୁ ଯାଇପାରିବେ ନାହିଁ ସେମାନଙ୍କ ପାଇଁ ଲାଇଭ୍‌ କଭରେଜ୍‌ର ବ୍ୟବସ୍ଥା କରାଯିବ। କିନ୍ତୁ ଏହି ଯାତ୍ରା ଲାଗି ଶ୍ରଦ୍ଧାଳୁଙ୍କ ନିମନ୍ତେ କିଛି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଯାତ୍ରା କରିବା ପୂର୍ବରୁ ପ୍ରଥମେ ଶ୍ରଦ୍ଧାଳୁଙ୍କ ଯାଞ୍ଜ କରାଯିବ। ରିପୋର୍ଟ ନେଗେଟିଭ୍‌ ଆସିଲେ ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ସାଧୁସନ୍ଥଙ୍କୁ ଛାଡ଼ିଦେଳେ ୫୫ବର୍ଷରୁ କମ୍‌ ବୟସ୍କଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ। ଏଥିପାଇଁ ଶ୍ରଦ୍ଧାଳୁମାନେ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିବେ ବୋଲି ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ (ଏସ୍‌ଏଏସ୍‌ବି) ପକ୍ଷରୁ ସୂଚନା ଦିଆଯାଇଛି।

Share